Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଭଷାଣ ଶୋଭାଯାତ୍ରା ବେଳେ ମରଣାନ୍ତର ଆକ୍ରମଣ, ଜଣେ ଆହତ

23/11/2019 at 8:20 AM

ଆଠଗଡ ୨୩।୧୧: ଆଠଗଡ ଖୁଣ୍ଟୁଣୀର କାର୍ତ୍ତିକେଶ୍ବର ଭଷାଣ ଶୋଭାଯାତ୍ରା ଚାଲିଥିବା ବେଳେ ଖୁଣ୍ଟୁଣୀ କୈବର୍ତ୍ତ ସାହିଠାରେ ମହାଦେବ ସାହି ପୂଜା କମିଟିର ଜଣେ ସଦସ୍ୟଙ୍କୁ ଫାର୍ସାରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଗୁରୁତର ଆହତ ପୂଜା କମିଟି ସଦସ୍ୟ ହେଲେ ଖୁଣ୍ଟୁଣୀ ମହାଦେବସାହିର ଶୁଭେନ୍ଦୁ ସାହୁ ।

ଖୁଣ୍ଟୁଣୀ କାର୍ତ୍ତିକେଶ୍ବର ଭଷାଣ ଶୋଭାଯାତ୍ରାରେ ଚଳିତ ବର୍ଷ ୧୬ମେଢ଼ ସାମିଲ ହୋଇଥିଲେ । ନିର୍ଦ୍ଧାରିତ ସମୟରେ  ମେଢ଼ ଗୁଡିକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରୁଥିବା ବେଳେ ଖୁଣ୍ଟୁଣୀ ଜେନେକା ସାହିଠାରେ ସେହି ସାହିର ବିକାଶ ଦଳେଇ ନାମକ ଜଣେ ଯୁବକ ମହାଦେବ ସାହି ପୂଜା କମିଟିର କିଛି ସଦସ୍ୟଙ୍କୁ ଠେଲାପେଲା କରି ଅଶ୍ଳୀଳ ଗାଳିଗୁଲଜ କରିଥିଲା ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ ପହଞ୍ଚି ଆପୋଷ ବୁଝାମଣା କରିଥିଲା ।

ମାତ୍ର କିଛି ସମୟ ପରେ ବିକାଶ କୈବର୍ତ୍ତ ସାହି ଛକଠାରେ ହାତରେ ଫାର୍ସା ଧରି ମହାଦେବ ସାହି ପୂଜା କମିଟିର ସଦସ୍ୟ ଶୁଭେନ୍ଦୁ ସାହୁର ମୁଣ୍ଡ, ମୁହଁ ଓ ହାତକୁ ଚୋଟ ପରେ ଚୋଟ ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କାଳିଆକୁ ପ୍ରଥମେ ଖୁଣ୍ଟୁଣୀର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

   Related Posts