ଅନୁଗୁଳ ଜିଲ୍ଲାରେ ପୁଣି ଅଭାବନୀୟ ଘଟଣା: ଏସିଡ୍‌ ମାଡରେ ଜଣେ ଗୁରୁତର

Published By : Prameya-News7 Bureau | July 26, 2019 IST

ଅନୁଗୁଳ୨୬|୭: ଏସିଡ୍‌ମାଡ଼ରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅନ୍ତର୍ଗତ ପିପଳବାହାଳରେ ଏସିଡ ମାଡ ହୋଇଛି । ଏଥିରେ କୁନା ବେହେରା ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ମୁହଁରେ ଏସିଡ ମାଡ଼ ହୋଇଛି। ଖନ୍ଦାନାଳିରୁ ବସରୁ ଓଲ୍ହାଇ ସେ ଘରକୁ ଫେରୁଥିବା ବେଳେ ଜଙ୍ଗଲ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ସେହି ଗାଁର ଦୁଇ ଭାଇ କାଳିଆ ସେଠୀ ଓ ବିଜୟ ସେଠୀ ଆକ୍ରମଣ କରିବା ସହ ମୁହଁକୁ ଏସିଡ ମାଡ କରିଥିଲେ ବୋଲି ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଏହି ଏସିଡ ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ କୁନା ବେହେରାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତି କରାଯାଇଛି।ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.