ଭାରସାମ୍ୟ ହରାଇ ବାରିକେଟ୍‌ରେ ଧକ୍କା ହେଲା କାର୍, ଜଣେ ପଥଚାରୀ ଗୁରୁତର : ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର

Published By : Prameya-News7 Bureau | June 10, 2021 IST

ସାଲେପୁର ୧୦।୬: ବେପରୁଆ ଗାଡି ଚଳାଇବା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା କାର୍। କଟକରୁ ରାଜକନିକା ଅଭିମୁଖେ ଯାଉଥିବାବେଳେ କଟକ-ଚାନ୍ଦବାଲି ରାସ୍ତାର ନଦୋଳଗଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ପୋଲିସ ବାରିକେଟରେ କାର୍ ଟି ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ଭାତପଡା ଅଂଚଳର ଦୀନବନ୍ଧୁ ଭୋଇ ଚାଲି ଚାଲି ଘରକୁ ଯାଉଥିବା ବେଳେ କାର୍ ଧକ୍କାରେ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲ ପଠାଇ ଦିଆଯାଇଛି । ଚିକିତ୍ସା ବାହାନାରେ ଘଟଣାସ୍ଥଳରୁ କାର୍ ଚାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି କାରଟିକୁ ଜବତ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.