ଟ୍ରକ୍କୁ ଧକ୍କା ଦେଲା ଟାଟା ମ୍ୟାଜିକ୍, ଜଣେ ମୃତ
7/06/2019 at 11:58 AM

ଭଣ୍ଡାରିପୋଖରୀ ୭|୬: ଟ୍ରକକୁ ଧକ୍କା ଦେଲା ଟାଟା ମ୍ୟାଜିକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଜଶୋଟିକିରି ଛକ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ପଛ ଆଡୁ ମାଲ୍ ବୋଝେଇ ଟାଟା ମ୍ୟାଜିକ ଧକ୍କା ଦେଇଛି । ଟାଟା ମ୍ୟାଜିକଟି ଭଦ୍ରକରୁ କଟକ ଆଡକୁ ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଟାଟା ମ୍ୟାଜିକ ଡ୍ରାଇଭରର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରନାହିଁ ।