ନୟାଗଡ ରଙ୍ଗଣିପାଟଣା ନିକଟରେ ବୋମାମାଡ ; ଜଣେ ଗୁରୁତର
26/08/2018 at 10:53 PM

ନୟାଗଡ ୨୭/୮ : ନୟାଗଡ ଜିଲ୍ଲା ଓଡଗାଁ ଥାନା ରଙ୍ଗଣିପାଟଣା ନିକଟରେ ବୋମାମାଡ ହୋଇଛି । ବୋମାମାଡରେ ଜଣେ ଦୋକାନୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଉଛନ୍ତି ରାଜକିଶୋର ସାହୁ । ରାଜକିଶୋରଙ୍କୁ ପ୍ରଥମେ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସେପଟେ ବୋମାମାଡ କରିଥିବା ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି ।ତିନି ଜଣ ଯୁବକ ଏକ ବାଇକ୍ ରେ ଆସି ବୋମାମାଡ କରିଥିଲେ । ପୁଲିସ ବୋମାମାଡ କରିଥିବା ୨ଦୁର୍ବୃତ୍ତଙ୍କୁ ଓଡଗାଁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି । ଅନ୍ୟଜଣେ ଯୁବକ ଫେରାର ହୋଇଯାଇଛି । ବୋମାମାଡର କାରଣ ଜଣାପଡି ନଥିବାବେଳେ ପୂର୍ବଶତ୍ରୁତାକୁ ନେଇ ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021