ପାଳ ଗଦାରୁ ନଡା କାଢୁଥିବା ବେଳେ ଗୁଳି ଫୁଟି ଜଣେ ଗୁରୁତର

Published By : Prameya-News7 Bureau | March 22, 2019 IST

ଅନୁଗୋଳ ୨୨|୩ :  ଅନୁଗୋଳ ପୁରୁଣାପାଣି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ପାଳଗଦାରୁ ଫୁଟିଛି ଗୁଳି । ପାଳ ଗଦାରୁ ନଡା କାଢୁଥିବା ବେଳେ ଗୁଳି ଫୁଟି ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ବିକାଶ ନାୟକ । ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ବିକାଶଙ୍କୁ ଦୁଇଟି ଗୁଳି ବାଜିଛି ।  ପାଳ ଗଦା ଭିତରେ ତାଙ୍କ ସାଙ୍ଗ ବନ୍ଧୁକ ଲୁଚାଇ ରଖିଥିଲା । ସେ ନଡା କାଢୁଥିବା ବେଳେ ଗୁଳି ବାଜିଯାଇଥିଲା ।  ସେମାନେ ପ୍ରତିଦିନ ଜଙ୍ଗଲକୁ ଶିକାର ପାଇଁ ଯାଆନ୍ତି । ଆସିବା ପରେ ବନ୍ଧୁକ ଲୁଚାଇ ରଖିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.