ଢେଙ୍କାନାଳ ହାତୀ ଆକ୍ରମଣରେ ଜଣେ ଗୁରୁତର ; ପ୍ରତିବାଦରେ ରାସ୍ତା ଅବରୋଧ
19/09/2018 at 10:25 AM

ଢେଙ୍କାନାଳ ୧୯|୯: ଢ଼େଙ୍କାନାଳ ଜିଲ୍ଲା ସଦରଥାନା ଅଙ୍କରାନ୍ତିପୁର ଶବର ସାହିରେ ହାତୀ ଆତଙ୍କ । ଶୋଇଥିବାବେଳେ ଜଣଙ୍କୁ ଘରୁ ଟାଣି ଆଣି କଚାଡି ଦେଇଛି ହାତୀ । ଗୁରୁତର ବ୍ୟକ୍ତି ହେଉଛନ୍ତି ଶ୍ରୀନିବାସ ଦେହୁରି । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବନବିଭାଗର ଅପାରଗତା ଓ ଗୁରୁତରଙ୍କୁ ସହାୟତା ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକେ ଅଙ୍କରାନ୍ତିପୁରଠାରେ ଏନଏଚ-୫୫ରେ ରାସ୍ତା ଅବରୋଧ କରିଛନ୍ତି । ଟାୟାର ଜାଳି ବସି ରହିଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିମଟର ଅଟକି ରହିଛି । ଢେଙ୍କାନାଳ-ଅନୁଗୁଳ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021