ଡାବୁଗାଁ ଥାନା ପୋଲିସର ଗୁଣ୍ଡାରାଜ ; ପୋଲିସ ମାଡରେ ପରିବା ବିକାଳି କାର୍ତ୍ତିକ ଗୌଡ ଗୁରୁତର

Published By : Prameya-News7 Bureau | February 01, 2019 IST

ନବରଙ୍ଗପୁର ୧|୨:  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପୋଲିସର ଗୁଣ୍ଡାରାଜ । ପୋଲିସ ମାଡରେ ପରିବା ବିକାଳି କାର୍ତ୍ତିକ ଗୌଡ ଗୁରୁତର ହୋଇଛନ୍ତି । ତାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଛି । କାର୍ତ୍ତିକ ଗମ୍ଭ।ରିଗୁଡା ନିକଟ ଏକ ପଡିଆରେ ପରିବା ବିକୁଥିଲେ । ସେହି ସ୍ଥାନରେ କୁକୁଡା ଲଢେଇ ଚାଲିଥିଲା । ଏହି ସମୟରେ ଡାବୁଗାଁ ପୋଲିସ ଦଳବଳ ସହ ଯାଇ ଚଢାଉ କରି ସମସ୍ତଙ୍କୁ ମାଡ ମାରିଥିଲା । ଏଥିରେ ସେଠାରେ ପରିବା ବିକ୍ରି କରୁଥିବା କାର୍ତ୍ତିକକୁ ଧରି ବାଡିରେ ନିର୍ଧୁମ ପିଟିଥିଲେ । ଯାହା ଫଳରେ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା । ତାଙ୍କୁ ଡାବୁଗାଁ ସ୍ବାସ୍ଥ୍ୟକେନ୍ଦ୍ର ପରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

{"id":80428}

ତେବେ ଅଧିକ ଚିକିତ୍ସା ପାଇଁ କୋରାପୁଟ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥଭାବ ଯୋଗୁଁ ସେ ଏବେ ଘରେ ରହି ଦେଶୀ ଚିକିତ୍ସା ହେଇଛନ୍ତି । ଏ ନେଇ କାର୍ତ୍ତିକଙ୍କ ସ୍ତ୍ରୀ ନବରଙ୍ଗପୁର ଅତିରିକ୍ତ ଏସପିଙ୍କ ନିକଟରେ ଗୁହାରି କରିଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.