ବଡଭାଇର ତୀର ମାଡରେ ସାନଭାଇ ଗୁରୁତର

Published By : Prameya-News7 Bureau | March 31, 2019 IST

ଆନନ୍ଦପୁର ୩୧|୩ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଦୁଡୁଗାଁଠାରେ ପାରିବାରିକ କଳହକୁ କେନ୍ଦ୍ରକରି ବଡ ଭାଇର ତୀର ମାଡରେ ସାନଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସାନଭାଇଙ୍କୁ କଟକ ବଡ ମେଡିକାଲ  ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଉଛନ୍ତି ଦୁଡୁଗାଁର ସୁର ବହେରାଙ୍କ ସାନପୁଅ ମୁନା ବହେରା ।

{"id":98697}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ସୁର ବହେରାଙ୍କ ମଝିଆ ପୁଅ ରାଜୁ ନିଶାଶକ୍ତ ଅବସ୍ଥାରେ ଘରକୁ ଆସି ପ୍ରଥମେ ବାପା ସୁରଙ୍କ ସହ ଝଗଡା କରିଥିଲେ । ଏପରିକି ବାପାକୁ ମାଡ ମଧ୍ୟ ମାରିଥିଲେ । ଏହାର ପ୍ରତିବାଦ କରିଥିଲେ ସାନ ପୁଅ ମୁନା । ଫଳରେ ରାଜୁ ଓ ମୁନା ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯୁକ୍ତି ତର୍କ ବେଳେ ରାଜୁ ମୁନା ଉପରକୁ ତୀର ମାରିଥିଲେ । ଏହି ଘଟଣା ପରେ ରାଜୁ ଫେରାର ଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.