IED ବିସ୍ଫୋରଣରେ ଜଣେ ITBP ଯବାନ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | January 10, 2020 IST

ରାୟପୁର ୧୦।୦୧: ଛତିଶଗଡର ନାରାୟଣପୁର ନିକଟରେ ଆଇଡି ବିସ୍ଫୋରଣ ହୋଇଛି ।  ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ତୁରନ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।  ଆହତ ହୋଇଥିବା ଯବାନ ଜଣଙ୍କ ITBP ବୋଲି ଜଣାପଡିଛି । ତେବେ ବିସ୍ଫୋରଣ ହୋଇଥିବା ସ୍ଥାନଟି ମାଓ ଉପଦୃତ ଅଞ୍ଚଳ ବୋଲି ମନେକରାଯାଏ । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ନେଇ କୌଣସି ମାଓ ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.