Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

କ୍ରିକେଟର୍‌ ସୋଏବ୍‌ ଅଖତର୍‌ଙ୍କ ଚେହେରା ସହ ମିଶୁଛି ଜଣେ ଭାରତୀୟ ମହିଳାଙ୍କ ମୁହଁ, ଫଟୋ ଭାଇରାଲ୍‌

25/02/2021 at 9:39 PM

ନୂଆଦିଲ୍ଲୀ, ୨୫/୦୨: ଆଜିକାଲିର ଦୁନିଆରେ ସୋସାଲ୍‌ ମିଡିଆର ଉପସ୍ଥିତି କାରଣରୁ ଛୋଟ ଛୋଟ କଥା ମଧ୍ୟ ଗୋଟିଏ ମିନିଟ୍‌ ମଧ୍ୟରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିପାରୁଛି । ସେଲିବ୍ରେଟିଙ୍କ ସହିତ ଜଡ଼ିତ ଖବର ସୋସାଲ୍‌ ମିଡିଆରେ ହିଁ ଭାଇରାଲ୍‌ ହୋଇଯାଇଥାଏ । ଏଥି ସହିତ ଫ୍ୟାନ୍ସମାନେ ଏହି ସେଲିବ୍ରେଟିଙ୍କ ଭଳି ଦେଖାଯାଉଥିବା କିଛି ଚେହେରାଙ୍କୁ ମଧ୍ୟ ଖୋଜିଥାନ୍ତି ।

ଏହିପରି ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର୍‌ ସୋଏବ୍‌ ଅଖତର୍‌ଙ୍କ ଭଳି ଏକ ଚେହେରା ଖୋଜି ପାଇଛନ୍ତି ତାଙ୍କର ଫ୍ୟାନ୍ସ । କିନ୍ତୁ ଏଥିରେ ମଜା କଥା ହେଉଛି ମିଳିଥିବା ଚେହେରା ଜଣେ ପୁରୁଷଙ୍କର ନୁହେଁ ବରଂ ଜଣେ ମହିଳାଙ୍କର ହୋଇଥିବା ଜଣା ପଡ଼ିଛି ।

ସୋସାଲ୍‌ ମିଡିଆରେ ଏମିତି ଜଣେ ମହିଳାଙ୍କୁ ଖୋଜି ବାହାର କରାଯାଇଛି, ଯିଏକି ଅବିକଳ ସୋଏବ୍‌ଙ୍କ ଭଳି ଦେଖାଯାଉଛନ୍ତି । ଏହି ମହିଳାଙ୍କର ଫଟୋ ଏବେ ସୋସାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି । ଦୁଇଟି ଫଟୋକୁ ଦେଖି ଫ୍ୟାନ୍ସମାନେ ଏହା ପ୍ରାୟ ସମାନ ବୋଲି ବିଚାର କରୁଛନ୍ତି ।

ତେବେ ଏହି ମହିଳା ଜଣକ ଭାରତୀୟ ହୋଇଥିବା ବେଳେ ଜଣେ ପୁରୁଣା ଟିକ୍‌ଟକ୍‌ର୍‌ ବନୀତା ଖିଲାନୀ ହୋଇଥିବା ଜଣାପଡ଼ିଛି ।

ବନୀତା ଖିଲାନି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫ୍ୟାନ୍ସମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫଟୋ ଏବଂ ଭିଡିଓଗୁଡ଼ିକୁ ମଧ୍ୟ ସେୟାର କରିଛନ୍ତି । ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ, ସେ ଦର୍ଶାଇଛନ୍ତି ଯେ ତାଙ୍କ ପିତାମାତା କିପରି ଆମର ଏପରି ଚିତ୍ର ନିଅନ୍ତି, ଯାହାଫଳରେ ଏହି ଚିତ୍ରଗୁଡ଼ିକ ଅନ୍ୟ ଜଣଙ୍କ ପରି ଦେଖାଯାଏ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

   Related Posts