Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁରୋପ ବିଗେଷ୍ଟ ଟାକ୍ସ ଚୋରିରେ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ

ଜଣେ ଭାରତୀୟ ବଂଶୋଦ୍ଭବ ଏବେ ୟୁରୋପର ସବୁଠାରୁ ବଡ ଦୁର୍ନୀତି ବା ସ୍କାମରେ ଫସିଛନ୍ତି । ଏହାକୁ “robbery of the century” ବା ବିଗେଷ୍ଟ ଟାକ୍ସ ଥେଫ୍ଟ କୁହାଯାଉଛି । ଏଥିରେ ଦୁଇ ଜଣ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ନାମ ରହିଛି । ବ୍ରିଟିଶ୍‌ ନାଗରିକ ମାର୍ଟିନ ସିଲଡ୍‌ ଓ କ୍ୱିଓ୍ୱି ପଲ୍‌ ମୋରାଙ୍କ ନାମ ଏଥିରେ ରହିଛି ।

ଏଥିରେ ପ୍ରାୟ ୬୦୦ କୋଟି ଆମେରିକୀୟ ଡଲାର ବା ୪୨,୮୭,୦୩,୦୦,୦୦,୦୦୦ ଟଙ୍କା ବା ଭାରତୀୟ ମୁଦ୍ରାର ଦୁର୍ନିତୀ ହୋଇଛି । ୨୦୦୬ରୁ ୨୦୧୧ ବିଭିନ୍ନ ରାଜସ୍ୱ ଠକେଇ ଯୋଗୁଁ ଏତେ ବଡ ଦୁର୍ନିତୀ ହୋଇଥିବା ପର୍ଦ୍ଦାଫାସ ହୋଇଛି ।

ଏହି ଦୁଇ ଜଣ ଅଭିଯୁକ୍ତ ପେଷାରେ ବ୍ୟାଙ୍କର ଓ ଓକିଲ । ଲଣ୍ଡନ ସ୍ଥିତ ମେରିଲ୍‌ ଲାଇଞ୍ଚ୍‌ରେ କାମ କରିବା ସମୟରେ ଦୁଇ ଜଣଙ୍କର ଦେଖା ହୋଇଥିଲା । ପରେ ଏମାନେ ଏକ ପ୍ରକାରର ଟ୍ୟାକ୍ସ ଠକେଇ କାମ ଆରମ୍ଭ କରିଥିଲେ । କର ଭରିବାର ଏକ ପ୍ରକ୍ରିୟାକୁ ବାରମ୍ବାର ଦୋହରାଇବା ସହ ଏହି ଠକାମୀ କରାଯାଇଥିଲା ।

ଦୁବାଇରେ ଥିବା ଜଣେ ବ୍ରିଟିଶ୍‌ ନାଗରିକ ତଥା ଭାରତୀୟ ବଂଶୋଦ୍ଭବ ସଞ୍ଜୟ ଶାହାଙ୍କ ନାମ ଏଥିରେ ସାମଲ୍‌ ଅଛି । ଡେନମାର୍କରେ ରାଜସ୍ୱ ଠକେଇ ପାଇଁ ସଞ୍ଜୟ ଏହି ପ୍ରକ୍ରିୟାକୁ ଦୋହରାଇଥିବା କୁହାଯାଉଛି । ଡେନମାର୍କର ରାଜସ୍ୱରୁ ପ୍ରାୟ ୨ଶହ କୋଟି ଆମେରିକୀୟ ଡଲାର ଠକି ନେଇଥିବା ସୂଚନା ମିଳିଛି । ମାତ୍ର ସଞ୍ଜୟ ଠକେଇ ଖବରକୁ ଅସ୍ୱୀକାର କରିଛନ୍ତି । ମାତ୍ର କେଉଁଠାରୁ ସେ ରୋଜଗାର କଲେ ସେ ସମ୍ପର୍କରେ ସୂଚନା ଦେଇ ନାହାନ୍ତି ।

ଏହା ପୂର୍ବରୁ ସେ ଶହ ଶହ କୋଟି ଡଲାର ଖର୍ଚ୍ଚ କରି ଏକ ବିଳାୟମୟ ଜାହାଜ କିଣିବା ପରେ ଚର୍ଚ୍ଚାକୁ ଆସିଥିଲେ । ଶାହା ଲଣ୍ଡନରେ ପାଳିତ । ତାଙ୍କ ପିତାମାତା ଭାରତୀୟ । କେନିୟାରୁ ସେମାନେ ଲଣ୍ଡନକୁ ଚାଲିଯାଇଥିଲେ । ୧୯୯୨ ମସିହାରେ ଶାହା କଲେଜ ପାଠ ପଢା ଛାଡି ଦେଇଥିଲେ । ଏହା ପରେ ସେ ଅନେକ ଆର୍ଥକ ଲେଣ ଦେଣ ସଂସ୍ଥାରେ କାମ କରିଥିଲେ । ପରେ ସେ ନିଜର କାମ ଆରମ୍ଭ କରିଥିଲେ ।
ଏବେ ସେ ଫିଲାନଟ୍ରପି ବା ଏକ ପ୍ରକାରର ମନୋବିଜ୍ଞାନ ଚିକିତ୍ସା ଗବେଷଣା ଓ ଅଟିଜିମ୍‌ ଗବେଷଣା କରୁଥିବା ଦର୍ଶାଇଛନ୍ତି । ଏଥିରେ ସେ ଆୟ କରୁଥିବା ନିଜ ଟ୍ୱିଟର ପେଜ୍‌ରେ ଉଲ୍ଲେଖ କରିଛନ୍ତି ।

ଏହି ଦୁର୍ନିତୀରେ ଆହୁରି ଅନେକ ଲୋକ ସାମିଲ ଥିବା କଥା ଜଣା ପଡିଛି । ଏବେ ବିଗେଷ୍ଟ ଟାକ୍ସ ଚୋରିର ତଦନ୍ତ ଆରମ୍ଭ ହୋଇଛି ।
ୟୁରୋପର ଅନେକ ବ୍ୟାଙ୍କ ଓ ଅର୍ଥ ଲଗାଣସଂସ୍ଥା ଏହି ଠକେଇର ଶିକାର ହୋଇଥିବା ଜଣା ପଡିଛି । ସଞ୍ଜୟ କମ୍ ଏକ୍ସ ନାମକ ଏକ ଅର୍ଥ ଲଗଣକାରୀ ସଂସ୍ଥା ଖୋଲିଥିଲେ । ଏଥିରେ ସେ ବିନିଯୋଗକାରୀମାନଙ୍କୁ ବିଭିନ୍ନ ସ୍କିମ୍‌ରେ ଟଙ୍କା ବିନିଯୋଗ କରିବା ପାଇଁ ଆକୃଷ୍ଟ କରାଯାଉଥିଲା । ୟୁରୋପ ସହ ଆମେରିକାର ଅନେକ ଏହି ଦୁର୍ନୀତିର ଶିକାର ହୋଇଥିବା ଜଣାପଡିଛି ।

   Related Posts