Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ପ୍ରତି ୧୦ ଜଣରୁ ଜଣେ କରୋନା ସଂକ୍ରମିତ ହେବା ଆଶଙ୍କା, ସାରା ବିଶ୍ଵରେ ସ୍ଥିତି ହେବ ଭୟଙ୍କର: ଚେତାଇଲା ଡବ୍ଲ୍ୟୁଏଚଓ

5/10/2020 at 8:29 PM

ଜେନେଭା ୦୫।୧୦: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ଜରୁରୀକାଳୀନ ବିଭାଗର ପ୍ରମୁଖ ସୋମବାର କହିଛନ୍ତି ଯେ, ସମଗ୍ର ବିଶ୍ଵରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ପାରନ୍ତି ଯାହା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ୨୦ ଗୁଣ ଅଧିକ ହେବ।

ଡ.ମାଇକେଲ ରୟାନ ଡବ୍ଲ୍ୟୁଏଚଓର ୩୪ ସଦସ୍ୟ କାର୍ଯ୍ୟକାରୀ ବୋର୍ଡର କୋଭିଡ୍-୧୯ର ସ୍ଵତନ୍ତ୍ର ଅଧିବେଶନରେ ଆଲୋଚନା କରି କହିଛନ୍ତି  ସହରାଞ୍ଚଳଠୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଉପରେ ଏହା ଆଧାରିତ। ଦୁନିଆର ଅଧିକାଂଶ ଅଞ୍ଚଳ କରୋନା ପ୍ରବଣ ବୋଲି ସେ କହିଛନ୍ତି।

ମହାମାରୀ କରୋନାର ପ୍ରକୋପ ସଂପ୍ରତି ଜାରି ରହିବ କିନ୍ତୁ ଏଥିରୁ ବଞ୍ଚିବା ପାଇଁ ଅନେକ ସାଧନ ରହିଛି। ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ତଥାପି ଏବେ ମଧ୍ୟ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ରୟାନ କହିଛନ୍ତି।

ରୟାନ କହିଛନ୍ତି ଦକ୍ଷିଣ-ପୂର୍ବ ଏସିଆରେ ସଂକ୍ରମଣ ବୃଦ୍ଧି ଘଟିପାରେ। ଏବେ ୟୁରୋପ ଓ ପୂର୍ବ ଭୂମଧ୍ୟସାଗର ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଥିବା ବେଳେ ଆଫ୍ରିକା ଓ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ସ୍ଥିତିରେ ସୁଧାର ଆସିଛି।

ବର୍ତ୍ତମାନର ଅନୁମାନ ଅନୁଯାୟୀ ବିଶ୍ଵ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ କରୋନା ସଂକ୍ରମିତ ହୋଇ ପାରନ୍ତି। ମୋଟ୍ ୭୬୦ ମିଲିୟନ ଜନସଂଖ୍ୟା ଉପରେ ଏହି ଆକଳନ କରାଯାଇଛି। ଡବ୍ଲ୍ୟୁଏଚଓ ଓ ଜନ  ହପକିନ୍ସ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ବିଶ୍ଵରେ ୩୫ ମିଲିୟନ ଅର୍ଥାତ ୩ କୋଟି ୫୦ ଲକ୍ଷରୁ ଅଧିକ ରହିଛି। ବିଶ୍ଵ ବର୍ତ୍ତମାନ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ରିୟାନ ଚେତାଇଛନ୍ତି। ଏହି ମାରାତ୍ମକ ଭୂତାଣୁ ବ୍ୟାପିଚାଲିଛି। ଦୁନିଆର ଅନେକ ଭାଗରେ ସଂକ୍ରମଣ ବଢି ଚାଲିଥିବା ସେ କହିଛନ୍ତି।

   Related Posts