ଡାଏବେଟିସ୍ ରୋଗୀଙ୍କ ପାଇଁ ଘାତକ ସାଜିଛି କରୋନା, ପ୍ରତି ୧୦ ଜଣଙ୍କ ମଧ୍ୟରୁ ପ୍ରାଣ ହରାଉଛନ୍ତି ଜଣେ ରୋଗୀ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: ଦୁନିଆରେ କରୋନା ସଂକ୍ରମଣ ମାମଲା ଉଦ୍‌ବେଜନକ ଭାବେ ବଢିଚାଲିଛି। କରୋନା ଟୀକା ବା ଭ୍ୟାକସିନ୍‌ ପାଇଁ ଦୁନିଆର ସମସ୍ତ ବୈଜ୍ଞାନିକ ଓ ଗବେଷକ ପ୍ରୟାସ ଚଳାଇଛନ୍ତି। ସ୍ଵାସ୍ଥ୍ୟ ବିଶେଷଜ୍ଞ ଏହି ଭୂତାଣୁ ବିଷୟରେ ଅଧିକରୁ ଅଧିକ ସୂଚନା ସଂଗ୍ରହ କରିବାରେ ଲାଗି ପଡିଛନ୍ତି। ନିକଟରେ ଫ୍ରାନ୍ସରେ ହୋଇଥିବା ଆଉ ଏକ ଅଧ୍ୟୟନ ସାମ୍ନାକୁ ଆସିଛି। ଅଧ୍ୟୟନରେ କୁହାଯାଇଛି ଯେ, କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ ମଧ୍ୟରେ ମଧୁମେହ ବା ଡାଏବେଟିସ୍ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି।

ଗବେଷଣାରେ ଜାଣିବାକୁ ମିଳିଛି, ଡାଏବେଟିସ ରୋଗୀଙ୍କୁ କରୋନା ସଂକ୍ରମଣର ବିପଦ ଅଧିକ ରହିଛି। ସଂକ୍ରମଣ ହେଉଥିବା ପ୍ରତି ୧୦ ଜଣ ଡାଏବେଟିସ୍ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀ ସାତ ଦିନରେ ହିଁ ପ୍ରାଣ ହରାଉଛନ୍ତି। କେବଳ ଏତିକି ନୁହେଁ ସଂକ୍ରମିତ ସୁଗାର ରୋଗୀଙ୍କ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ ରୋଗୀଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡୁଛି। ଏହି ଅଧ୍ୟୟନରୁ ଜଣା ପଡିଛି ଯେ, ଡାଏବେଟିସ୍ ରୋଗୀଙ୍କ ଲାଗି କରୋନା ସଂକ୍ରମଣ କେତେ ଘାତକ।

{"id":279798,"sizeSlug":"large"}

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡାଏବେଟିସ୍ ରୋଗୀଙ୍କଠାରେ କରୋନା ଲକ୍ଷଣ ଘାତକ ହେଉଥିବା ଦେଖିବାକୁ ମିଳିଛି। ମାତ୍ର ଏହି ସମ୍ବନ୍ଧିତ ତଥ୍ୟ ଉପରେ ଏ ଯାଏ ଗବେଷଣା ହୋଇ ପାରିନଥିଲା, ତେଣୁ ସଠିକ୍ ଭାବେ କିଛି କୁହାଯାଇ ପାରୁନଥିଲା। କିନ୍ତୁ ଏବେ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ, ଡାଏବେଟିସ୍‌ ରୋଗୀ କରୋନା ସଂକ୍ରମଣ ହେଲେ ତାହା ସେମାନଙ୍କ ଲାଗି ମରଣର କାରଣ ପାଲଟୁଛି।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ସୁଗାରର ରୋଗୀଙ୍କ ପାଇଁ କରୋନା ଅଧିକ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। କରୋନାରେ ପ୍ରାଣ ହରାଉଥିବା ମୃତକଙ୍କ ମଧ୍ୟରେ ଅଧିକାଂଶ ଡାଏବେଟିସ୍ ଓ ସୁଗାର ରୋଗୀ ଅଛନ୍ତି। ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଛି ଯେ, ରୋଗୀଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ଅର୍ଥାତ ସୁଗାରର ପୁରୁଷ ରୋଗୀଙ୍କୁ କରୋନା ଶୀଘ୍ର ସଂକ୍ରମଣ କରୁଛି। ସମସ୍ୟା ସେହି ସମୟରେ ଅଧିକ ବଢିଥାଏ ଯେବେ କୌଣସି ୬୦ ବର୍ଷରୁ ଅଧିକ ବୟସର ସୁଗାର କିମ୍ବା ଡାଏବେଟିସ୍ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି।

{"id":279799,"sizeSlug":"large"}

ଡାଏବେଟିସ୍‌ ରୋଗୀଙ୍କ ପାଇଁ କରୋନା ଅଧିକ ଘାତକ ହେବାର କାରଣ ଏହି ଧରଣର ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ। ଉପରେ କରୋନା ଏକ ଭୂତାଣୁ ଜନିତ ରୋଗ। ତେଣୁ ଏହା ଶରୀରରେ ପ୍ରବେଶ କରି ଏହି ରୋଗୀଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ଦୁର୍ବଳ କରି ଦିଅନ୍ତି। ଫଳରେ ରୋଗୀଙ୍କ ମୃତ୍ୟୁ ଘଟିଥାଏ।

ତେଣୁ ଏହି ରୋଗରୁ ତ୍ରାହି ପାଇବାକୁ ହେଲେ ଡାଏବେଟିସ୍‌ ରୋଗୀଙ୍କୁ ନିଜର ବ୍ଲଡ ସୁଗାର ନିୟନ୍ତ୍ରିତ କରିବା ବହୁ ଜରୁରୀ ଅଟେ। ଏମିତି ସ୍ଥିତିରେ ଭାଇରସ୍‌ ଅଧିକ ଘାତକ ହୋଇନଥାଏ। ତେଣୁ ସୁଗାର ରୋଗୀଙ୍କୁ ନିଜର ଚିକିତ୍ସା ଜାରି ରଖିବା ଉଚିତ୍। ସବୁଠୁ ବଡ କଥା ବୃଦ୍ଧ ଡାଏବେଟିସ୍ ରୋଗୀ କରୋନା ସଂକ୍ରମିତ ହେଲେ ତାଙ୍କ ପ୍ରତି ପ୍ରଥମେ ସ୍ଵାସ୍ଥ୍ୟସେବା ଯୋଗାଇବା ଅଧିକ ଜରୁରୀ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.