ଡମପଡା ଚନ୍ଦକା ଅଭୟାରଣ୍ୟରୁ ଶିକାରୀ ଗିରଫ, ବନ୍ଧୁକ ଓ ଅଫୁଟା ଗୁଳି ଜବତ

Published By : Prameya-News7 Bureau | May 24, 2020 IST

ବାଙ୍କୀ ୨୪।୫: ବାଙ୍କୀ ଡମପଡା ବନାଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଭାଗୀପୁର ନିକଟ ଡମପଡା ଚନ୍ଦକା ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ ହୋଇଛନ୍ତି । ଶିକାର କରିବା ପାଇଁ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିବା ବେଳେ ଶିକାରୀ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଖେରଙ୍ଗ ଅଞ୍ଚଳର ଶିକାରୀ ସଫଦର ଖାଁ ।

{"id":275282,"sizeSlug":"large"}

ପେଟ୍ରୋଲିଂ ଦଳ ଶିକାରୀକୁ ଗିରଫ କରିବା ସହ ତାଠାରୁ ଏକ ବନ୍ଧୁକ, ଅଫୁଟା ଦୁଇଟି ଗୁଳି ଓ ସର୍ଚ୍ଚଲାଇଟ୍ ଜବତ କରାଯାଇଛି । ଆଉ ତା ସାଥିରେ କିଏ ଥିଲେ ଜଣାପଡିନି । ବନବିଭାଗ ଅଧିକାରୀ ତାଙ୍କୁ ପଚାରଉଚରା କରୁଛନ୍ତି ପରେ ଜଣାପଡିବ ବୋଲି କହିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସହକାରୀ ବନ ସଂରକ୍ଷଣ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.