ହାତୀ ଶିକାର ପାଇଁ ଚାଲିଥିଲା ଯୋଜନା, ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ

Published By : Prameya-News7 Bureau | October 30, 2020 IST

ଢେଙ୍କାନାଳ, ୩୦।୧୦: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳର ହାତୀ ଶିକାରୀ ମାନେ ସକ୍ରିୟ ହୋଇପଡିଛନ୍ତି । ବିଦ୍ୟୁତ କରେଣ୍ଟ ଲଗାଇ ହାତୀ ଓ ବନ୍ୟା ଜନ୍ତୁକୁ ମାରୁଛନ୍ତି ଶିକାରୀ । କେବେ ବନ ବିଭାଗ ଆଜି ଜଣେ ଶିକାରୀଙ୍କୁ ଗିରଫ କରିଛି ।

ସୂଚନାନୁସାରେ, ଜଙ୍ଗଲରେ ଶିକାର କରିବାକୁ ଯୋଜନା ଚାଲିଥିବା ବାବଦରେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ହିନ୍ଦୋଳ ବନାଞ୍ଚଳରେ ଚଢ଼ାଉ କରାଯାଇଥିଲା । ତେବେ କୋଇ ସଂରକ୍ଷିତ ଜଙ୍ଗଲରେ ହାତୀ ଓ ବନ୍ୟଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିବା ଦେଖାଯାଇଥିଲା । ବନକର୍ମଚାରୀମାନେ ଏହି ତାର ବିଛାଉଥିବାବେଳେ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଜଣଙ୍କ ସଞ୍ଜୟ ସେଠି ଓ ତାଙ୍କ ଘର ରାସୋଲ ଥାନା ଅନ୍ତର୍ଗତ ବାଘଧରିଆ ବୋଲି ଜଣାପଡିଛି । ହିନ୍ଦୋଳ ବନକର୍ମଚାରୀ ମାନେ ବିଦ୍ୟୁତ ତାର ଜବତ କରି ସଂଜୟଙ୍କୁ କୋର୍ଟ ଚାଲାଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.