ଜମ୍ମୁ କଶ୍ମୀରର ପୁଲୱାମାରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ
26/11/2019 at 11:46 AM

ଶ୍ରୀନଗର ୨୬।୧୧ : ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦୀନର ଇରଫାନ ଅହମ୍ମଦ ଥହର ବୋଲି ଜଣାପଡିଛି । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ।

ସୂଚନାଯୋଗ୍ୟ ଯେ , ଆର୍ମି ଯବାନଙ୍କ ଗାଡି ପାଟ୍ରୋଲିଂ କରୁଥିବା ସମୟରେ ଆକ୍ରମଣ କରାଯାଇଥିଲା , ସେନାର ପାଲଟା ଆକ୍ରମଣ ଆତଙ୍କବାଦୀ ଈରଫାନ ଅହମଦ ରଥହର ନିହତ ହୋଇଥିବା ଜଣାପଡ଼ିଛି । ଈରଫାନର ଘର ରାଜପୋରା ଅଞ୍ଚଳରେ । ସେ ୨୦୧୭ରେ ହିଜବୁଲ ମୁଜାହିଦୀନ ସଂଗଠନରେ ଯୋଗ ଦେଇଥିଲା । ଈରଫାନକୁ ଯବାନମାନେ ନିହତ କରିବା ପରେ ତା’ର ସାର୍ଟ ପକେଟରୁ ଠିକଣା ପାଇଥିଲେ । ଅନ୍ୟ ଜଣେ ଆତଙ୍କବାଦୀର ମୃତଦେହକୁ ମଧ୍ୟ ଠାବ କରାଯାଇଛି । ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ । ଏହି ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି ।