STF ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ : ଗୋଟିଏ ଦାନ୍ତ ଜବତ, ଜଣେ ଅଟକ

Published By : Prameya-News7 Bureau | December 08, 2021 IST

ଭୁବନେଶ୍ବର ୮।୧୨: ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ । ବଲାଙ୍ଗୀର ଜିଲ୍ଲାରେ ହାତୀଦାନ୍ତ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଯୁବକକୁ ଗିରଫ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏସଟିଏଫର ଚଢାଉ । ଏସଟିଏଫ ଦ୍ବାରା ବିପୁଲ ବାଗ ନାମକ ଯୁବକ ଅଟକ ।  ବିପୁଲ ନିକଟରୁ ଗୋଟିଏ ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଜବତ ହାତୀ ଦାନ୍ତର ଓଜନ ପ୍ରାୟ ୯ କିଲୋ ହେବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୧୨ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ ।  ଏହାସହ ୨୧ଟି ବାଘ ଛାଲ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୪୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.