ପାହାଳ ହତ୍ୟାକାଣ୍ଡ : ମୃତ ସିକ୍ୟୁରିଟି ଗାର୍ଡଙ୍କ ପକେଟ୍ ରୁ ମିଳିଥିବା ଚିଠି ଆଧାରରେ ବାବୁନାକୁ ଧରିଲା ପୋଲିସ

Published By : Prameya-News7 Bureau | March 30, 2019 IST

ଭୁବନେଶ୍ବର ୩୦|୩ : ପାହଳ ନିକଟରେ ଥିବା ମାର୍ବଲ ଦୋକାନର ସିକ୍ୟୁରିଟି ଗାର୍ଡ ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଲାଣି । ହେଲେ ପ୍ରକୃତ ହତ୍ୟାକାରୀକୁ ଧରିବାରେ କମିସନରେଟ ପୋଲିସ ଏବେ ବି ବିଫଳ । ଆଉ ସେପଟେ ସିକ୍ୟୁରିଟି ଗାର୍ଡଙ୍କ ପକେଟରୁ ବାହାରିଥିବା ଚିଠିରେ ଉଲ୍ଲେଖ ଥିବା ବାବୁନାକୁ ଅଟକ ରଖି ପଚରା ଉଚରା କରୁଛି ବାଲିଅନ୍ତା ଥାନା ପୋଲିସ ।

{"id":98509}

ମାର୍ବଲ ଦୋକାନ ସିକ୍ୟୁରିଟି ଗାର୍ଡ ଗଦାଧରଙ୍କ ହତ୍ୟାକାରୀ କିଏ ? ଗଦାଧରଙ୍କ ହତ୍ୟା ପଛର କାରଣ କଣ ? ଗଦାଧରଙ୍କ ପକେଟରୁ ମିଳିଥିବା ଚିଠିରେ ଉଲ୍ଲେଖ ଥିବା ବାବୁନା ଜଣକ କିଏ ? ଗଦାଧରଙ୍କ ସହ ବାବୁନାର କଣ ସମ୍ପର୍କ ? ବାବୁନାକୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା ବେଳେ ଶାରଳା ମାର୍ବଲର ମାଲିକଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇ ପଚରା ଉଚୁରା ଜାରି ରହିଛି । ହେଲେ ଏବେବି ପୋଲିସ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇନାହିଁ । ସେପଟେ ପୋଲିସ କମିସନର କହିଛନ୍ତି ପୋଲିସକୁ ପ୍ରାଥମିକ ତଦନ୍ତ ଓ ଫୋରେନସିକ୍ ଟିମ୍ ସହାୟତାରେ ଯେଉଁ ସୁରାକ୍ ମିଳିଛି ସେଥିରେ ଅପରାଧି ଯିଏ ବି ହେଉନା କାହିଁକି ଖୁବଶୀଘ୍ର ପୋଲିସ ଏହାର ଖୁଲାସା କରିବ ।

{"id":98510}

ଅନ୍ୟପଟେ ଗଦାଧରଙ୍କ ପରିବାର ଲୋକେ ଭୁବନେଶ୍ବର ଡିସିପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରି ପୋଲିସ ତଦନ୍ତରେ ସହାୟତା କରିଛନ୍ତି । ଗଦାଧରଙ୍କ ମୋବାଇଲକୁ ମଧ୍ୟ ଯାଞ୍ଚ କରାଯାଇ ଘଟଣା ଦିନ କିଏ କିଏ ତାଙ୍କୁ କେତେ ସମୟ ଫୋନ୍ କରିଥିଲେ କଲ୍ ରେକର୍ଡ ବାହାର କରିଛି ପୋଲିସ ।  ଖୁବଶିଘ୍ର ପୋଲିସ ଅପରାଧୀଙ୍କୁ ଧରିବ ବୋଲି ଭୁବନେଶ୍ବର ଡିସିପି ମୃତ ଗଦାଧରଙ୍କ ପରିବାର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ସେପଟେ ଯଦି ଅପରାଧୀଙ୍କୁ ଦୁଇଦିନ ମଧ୍ୟରେ ଗିରଫ କରାନଯାଏ ତେବେ ପାହାଳ ଫାଣ୍ଡିକୁ ଘେରାଉ କରିବାକୁ  ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

{"id":98511}

ନିର୍ବାଚନକୁ ନେଇ ଚାରିଆଡେ ପୋଲିସର କଡା ପହରା ଥିବାବେଳେ ରାଜଧାନୀରେ ଚୋରି, ଡକାୟତି ସହ ହତ୍ୟାକାଣ୍ଡ ଭଳି ଘଟଣା ଘଟି ଚାଲିଛି । ଯାହା କମିଶନରେଟ୍ ପୋଲିସ ସାମ୍ନାରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବେ ଏସବୁ ଘଟଣା ଉପରୁ ପରଦା ହଟାଉଛି ପୋଲିସ ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.