ପିଲା ଚୋରୀ ଉଦ୍ୟମ ବେଳେ ଜଣକୁ ଅଟକ ରଖିଲେ ଗ୍ରାମବାସୀ, ଉଦ୍ଧାର କରିବାକୁ ପୋଲିସ ନାକେଦମ

Published By : Prameya-News7 Bureau | February 24, 2021 IST

ବାଲିପାଟଣା ୨୪।୨: ପିଲା ଚୋରୀ ଉଦ୍ୟମ କରିବା ବେଳେ ବାଲିପାଟଣା ଥାନା ବନମାଳିପୁର ନୂଆସାହି ଗ୍ରାମବାସୀ ଜଣେ ବ୍ୟକ୍ତିକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରୁ ଅଟକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଛି ।  

ସୂଚନାଯୋଗ୍ୟ ଯେ, ନୂଆସାହି ଗ୍ରାମକୁ ଜଣେ ବ୍ୟକ୍ତି ଭିକ୍ଷାବୃତ୍ତି କରିବାକୁ ଆସିଥିଲେ ।  ସଂପୃକ୍ତ ବ୍ୟକ୍ତି ଗ୍ରାମର ଜଣେ ପିଲାକୁ ଚକୋଲେଟ ଦେବା ବାହାନାର ହାତ ଧରିଥିବା କିଛି ମହିଳା ଦେଖି ଚିତ୍କାର କରିଥିଲେ ।  ଚାହୁଁ ଚାହୁଁ ଶହ ଶହ ବ୍ୟକ୍ତି ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ପିଲା ଚୋରି ଉଦ୍ୟମ ଅଭିଯୋଗରେ ସଂପୃକ୍ତ ବ୍ୟକ୍ତିକୁ କିଛି ଲୋକ ମାଡ ମାରିଥିଲେ । ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ବାଲିପାଟଣା ପୋଲିସ ପହଞ୍ଚିଥିଲା । ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ।  ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବାଲିଅନ୍ତା ଥାନା ସରକଣା ଗ୍ରାମର ଶରତ ବେହେରା ।  ଶରତକୁ ବାଲିପାଟଣା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.