ଭାରତରେ କରୋନା ନେଲା ପ୍ରଥମ ମୁଣ୍ଡ...

Published By : Prameya-News7 Bureau | March 12, 2020 IST

ବାଙ୍ଗାଲୋର,୧୨ ୦୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏହି ଭାଇରସରେ ସଂକ୍ରମିତ ହୋଇ ଏବେ ସୁଦ୍ଧା ସାରା ବିଶ୍ୱରେ ୪୫୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇ ସାରିଛନ୍ତି। କେବଳ ଚୀନରେ ୩୫୦୦ରୁ ଅଧିକ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଭାରତରେ ପ୍ରଥମ କରୋନା ମୃତ୍ୟୁ ଖବର ଆସିଛି।

ଏହି ମାରାତ୍ମକ ଭାଇରସରେ ସଂକ୍ରମିତ ହୋଇ କର୍ଣ୍ଣାଟକର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ରାଜ୍ୟର କଲବୁର୍ଗୀରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୭୬ ବର୍ଷ ହୋଇଥିବା ଜଣାପଡିଛି। ତେବେ ଦେଶରେ ଏବେ କରୋନାରେ ୭୪ଟି ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ୬ଟି, ହରିୟାଣାରେ ୧୪, କେରଳରେ ୧୭, ରାଜସ୍ଥାନରେ ୩, ତେଲେଙ୍ଗାନାରେ ୧, ଉତ୍ତର ପ୍ରଦେଶରେ ୧୧, ଲଦାଖରେ ୩, ତାମିଲନାଡୁରେ ୧, ଜମ୍ମୁ-କାଶ୍ମୀରରେ ୧, ପଞ୍ଜାବରେ ୧, କର୍ଣ୍ଣାଟକରେ ୪ ଓ ମହାରାଷ୍ଟ୍ରରେ ୧୧ଟି ମାମଲା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.