ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର

Published By : Prameya-News7 Bureau | February 15, 2020 IST

କେନ୍ଦ୍ରାପଡା ୧୫।୨: କେନ୍ଦ୍ରାପଡ଼ା ବାରୋ ଚ୍ଛକରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ଆହତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ବାରୋ ଗ୍ରାମର ଅଜୟ ପରିଡା ବୋଲି ଜଣାପଡିଛି l

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଆମ୍ବୁଲାନ୍ସଟି କଟକରୁ ଏକ ମୃତଦେହ ନେଇ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିଲା l ବାରୋ ଛକରେ ଅଜୟ ହଠାତ୍ ରାସ୍ତା ଉପରକୁ ଚାଲି ଆସିଥିଲେ l ଆମ୍ବୁଲାନ୍ସ ଚାଳକ ଭାରସାମ୍ୟ ହରାଇ ଅଜୟଙ୍କୁ ଧକ୍କା ଦେବା ପରେ ଏକ ଷଣ୍ଢ ଦେହରେ ପିଟି ହୋଇଯାଇଥିଲା l ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅଜୟ ଏବଂ ଆମ୍ବୁଲାନ୍ସରେ ଥିବା ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି l ଉଭୟଙ୍କୁ କେନ୍ଦ୍ରାପଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.