ଗାଈ ଚରାଇବାକୁ ଯାଇଥିଲେ ବିଜୟ, ବିନ୍ଧିଲା ମହୁମାଛି

Published By : Prameya-News7 Bureau | December 02, 2021 IST

ପାପଡାହାଣ୍ଡି ୦୨।୧୨: ନବରଙ୍ଗପୁର ଗାଦବା କତ୍ରା ଗାଁରେ ଅଘଟଣ । ମହୁମାଛି ଆକ୍ରମଣରେ ବୃଦ୍ଧା ବିଜୟ ସାଗରିଆ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଆଜି ସକାଳରୁ ବିଜୟ ସାଗରିଆ ଗାଇ ଚରାଉବାକୁ ଯାଇଥିବା ସମୟରେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ ।  ସେଠାରୁ ବୃଦ୍ଧ ଜଣ ଦୌଡ଼ିବାକୁ ଚେଷ୍ଟା କରିବା ମହୁ ମାଛି ମାନେ ଆକ୍ରମଣ କରିଥିଲେ । ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ମାଛି ମାନେ ଡଙ୍କ ମାରିବା ବୃଦ୍ଧ ଗୁରୁତର ହୋଇପଡିଥିଲେ। ସ୍ଥାନୀୟଲୋକ ଗୁରୁତର ଅବସ୍ଥାରେ ବିିଜୟଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ବିଜୟଙ୍କ ସ୍ବାସ୍ଥାବସ୍ଥା ଏବେ ଠିକ୍ ଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.