ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ : ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା

Published By : Prameya-News7 Bureau | April 13, 2021 IST

ଭୁବନେଶ୍ବର ୧୩।୪: ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ । ଦୁର୍ଦ୍ଦାନ୍ତ ସୁନା ଚୋର ଦିଲ୍ଲୀପ ନାୟକକୁ ଗିରଫ କଲା କମିସନରେଟ୍ ପୋଲିସ । ୫ ବର୍ଷ ଧରି ଏହି ସୁନା ଚୋରକୁ ଖୋଜୁଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଅଗଷ୍ଟ ୨୧ ତାରିଖରେ ବଡଗଡ଼ ଅଞ୍ଚଳରେ ଚୋରି କରୁଥିବା ବେଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଦିଲ୍ଲୀପ । ଚୋର ଦିଲ୍ଲୀପ ନାୟକକୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ । ଦିଲ୍ଲୀପର ଘର ନୟାଗଡରେ । ଭୁବନେଶ୍ବର ଶିଶୁପାଳଗଡରେ ରହୁଥିଲା ଦିଲ୍ଲୀପ । ସେ ୧୬ ବର୍ଷ ବୟସରୁ ଚୋରି କରିବା ଆରମ୍ଭ କରିଥିଲା ।  ତା ନାଁରେ ଭୁବନେଶ୍ବରରେ ୧୧ଟି ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.