ଆପଣଙ୍କ ପିଲା ଅଧିକ ଡ଼େଙ୍ଗା ହେବା ଚାହାଁନ୍ତି କି, ତାହେଲେ ରାତିରେ ଶୋଇବା ପୂର୍ବରୁ ପିଇବାକୁ ଦିଅନ୍ତୁ ମାତ୍ର ଗୋଟିଏ ଗ୍ଲାସ…

Published By : Prameya-News7 Bureau | December 10, 2019 IST

ନୂଆଦିଲ୍ଲୀ୧୦/୧୨: ବର୍ତ୍ତମାନ ସମୟରେ ପିଲାମାନଙ୍କ ଶରୀରର ଗଠନ ଉପରେ ବାପା-ମା’ ମାନେ ଅଧିକ ଗୁରୁତ୍ବ ଦେଇଥାଆନ୍ତି। ସେଥିଲାଗି ବାପା-ମା’ ମାନେ ବିଭିନ୍ନ ପ୍ରକାର ଭିଟାମିନ୍ ପିଲାମାନଙ୍କୁ ଖାଇବାକୁ ଦେଇଥାଆନ୍ତି। ଉଚ୍ଚତା ପିଲାଙ୍କ ଶରୀର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଆଜିକାଲି ଭୁଲ୍ ଜୀବନ ଶୈଳୀ ଓ ଭୁଲ୍ ଖାଦ୍ୟପେୟ ଯୋଗୁ ଅଧିଂକାଶ ଝିଅ ଓ ପୁଅଙ୍କ ଉଚ୍ଚତା ବୃଦ୍ଧି ହୋଇ ନ ଥାଏ।

{"id":196133,"width":593,"height":599,"sizeSlug":"large"}

ଭାରତରେ ଝିଅ ପିଲାଙ୍କ ଉଚ୍ଚତା ୧୫୨ ସେଣ୍ଟିମିଟର ଓ ପୁଅ ପିଲାଙ୍କ ଉଚ୍ଚତା ୧୬୫ ସେଣ୍ଟିମିଟର ରହିଲେ ତାହା ଠିକ୍‌ ବୋଲି କୁହାଯାଇଥାଏ। ପୁଅମାନଙ୍କ ଉଚ୍ଚତା ୨୫ ବର୍ଷ ପର୍ଯ୍ୟନ୍ତ ଓ ଝିଅମାନଙ୍କ ଉଚ୍ଚତା ୨୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା କ’ଣ ଖାଇଲେ ଶରୀରର ଉଚ୍ଚତା ବଢ଼ିବ।  

{"id":196134,"sizeSlug":"large"}

ଅୟୁର୍ବେଦ ଅନୁସାରେ ଅଶ୍ବଗନ୍ଧା ଗୁଣ୍ଡ ଶରୀର ଉଚ୍ଚତା ବୃଦ୍ଧି କରିବାରେ ବିଶେଷ ଭାବରେ ସହାୟତା ହୋଇଥାଏ। ଏହି ଗୁଣ୍ଡ ସେବନ କରିବା ଦ୍ବାରା ଶରୀରର ଉଚ୍ଚତା ଦ୍ରୁତଗତିରେ ବଢ଼ିଥାଏ। ଏକ ଗ୍ଲାସ ଗାଈ କ୍ଷୀରରେ ଦୁଇ ଚାମଚ ଅଶ୍ବଗନ୍ଧା ଗୁଣ୍ଡ ମିଶାଇ ସ୍ବାଦ ଅନୁସାରେ ଚିନି ମିଶାଇ ପିଇଲେ ଉଚ୍ଚତା ପାଇଁ ଶରୀରକୁ ଆବଶ୍ୟକୀୟ ପ୍ରୋଟିନ ଯୋଗାଇଥାଏ। ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା ଉଚିତ୍। କିଛିଦିନ ଅଶ୍ବଗନ୍ଧା ଗୁଣ୍ଡ ସେବନ କରିବା ଦ୍ବାରା ଶରୀରକୁ ଆରାମ ଲାଗିବା ସହ ଶରୀର ଉଚ୍ଚତା ବୃଦ୍ଧି ହେବାର ପରିଲକ୍ଷିତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.