ବାର୍‌ହା ଫାଶରେ ପଡି ଯୁବତୀଙ୍କର ମୃତ୍ୟୁ, ଜଣେ ଆହତ

Published By : Prameya-News7 Bureau | March 07, 2019 IST

ଉମରକୋଟ ୭|୩ : ବାରହା ଫାଶରେ ପଡି ଯୁବତୀଙ୍କର ମୃତ୍ୟୁ ହୋଇଛି ।  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବତୀଙ୍କ ଜୀବନ ଯାଇଛି । ଉମରକୋଟ ଝରିଗାଁ ବ୍ଲକ୍ ଡାବୁଗାଁ ଥାନା ନଗଯୋଡ଼ି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ଦଲିଲା ହରିଜନ । ତାଙ୍କ ବୟସ  ୨୨ ବର୍ଷ ।

{"id":91251}

ଘଟଣାରେ ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛନ୍ତି । ଗୁରୁତର ଲକ୍ଷ୍ମୀ ପନକାରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଙ୍ଗଲରେ ପଶୁ ଶିକାର ପାଇଁ ମକା ବାଡରେ ବିଦ୍ୟୁତ୍ ତାର ବିଛା ଯାଇଥିବା ବେଳେ ବିଦ୍ୟୁତ୍ ତାର ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.