Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଚୋରି ରାକେଟ୍‌ର ପର୍ଦ୍ଦାଫାଶ : ଜଣେ ଗିରଫ,୧୧ପାଣି ପମ୍ପ ଜବତ

18/10/2021 at 2:03 PM

ସୋନପୁର ୧୮।୧୦:  ପାଣି ପମ୍ପ ଚୋରି ଘଟଣାର ପର୍ଦ୍ଦାଫାଶ । ଘଟଣାରେ ସାମିଲ ଥିବା ଜଣଙ୍କୁ ଗିରଫ କରିବା ସହ ମୋଟ ୧୧ଟି ପାଣି ପମ୍ପ ଜବତ କରିଛି ପୋଲିସ । ଏନେଇ ସୋନପୁର ପୋଲିସ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛି ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ସୋନପୁର ସହର ସମେତ ଆଖ ପାଖ ଗାଁର ଲୋକଙ୍କ ଘରୁ ପାଣି ମୋଟର ଚୋରି ହେଉଥିବାର ଅଭିଯୋଗ ଆସିଥିଲେ । ଏନେଇ ସୋନପୁର ଥାନାରେ ଲିଖିତ ଭାବେ ଅଭିଯୋଗ ମଧ୍ୟ ହୋଇଥିଲା । ଏପରିକି ସହରର ଅତିରିକ୍ତ ତହସିଲଦାରଙ୍କ ଘରୁ ମଧ୍ୟ ପାଣି ପମ୍ପ ଚୋରି ହୋଇଥିଲା । ଅତିରିକ୍ତ ତହସିଲଦାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଅଞ୍ଚଳରୁ ବାରମ୍ବାର ଏପରି ଚୋରି ଘଟଣା ପରେ ପୋଲିସ ଆକ୍ସନକୁ ଆସିଥିଲା ।

ସହରର କଳିଙ୍ଗ ନଗରର ରହୁଥିବା ୨୧ ବର୍ଷୀୟ ରାମ ଗଡିଆ ନାମକ ଜଣେ ଯୁବକକୁ ସନ୍ଦେହ କରି ଅଟକ ରଖିଥିଲା ପୋଲିସ । ପୋଲିସ ପଚରାଉଚରାରେ ଅଟକ ଥିବା ଯୁବକ ସତ ମାନିଥିଲେ । ଅଟକ ଯୁବକ ନିକଟରୁ ୧୧ଟି ଚୋରି ହୋଇଥିବା ପାଣି ପମ୍ପ ଜବତ ହୋଇଛି । ଯୁବକ ଜଣଙ୍କ ସମସ୍ତ ପାଣି ପମ୍ପ ଚୋରୀ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ପୋଲିସ ଅଭିଯୁକ୍ତ ଯୁବକ ରାମକୁ ଗିରଫ କରି ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚୋରୀ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି ।

   Related Posts