Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଶିକାରୀ ଗିରଫ ସହ ବାର୍‌ହା ମାଂସ ଜବତ, ଖସିଗଲେ ଆଉ ୩

25/09/2021 at 11:55 AM

ତେଲକୋଇ ୨୫।୦୯: ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟରେ ବନ୍ୟଜନ୍ତୁ ଶିକାରୀଙ୍କ ପାଦୃଭାବ ବୃଦ୍ଧି ପାଇବାର ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଟୁଙ୍ଗୁରୁବାହାଳ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରୁ ବାର୍‌ହା ମାଂସ ଜବତ ହୋଇଛି । ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଗୋଳାବନ୍ଧ ବିଟରେ ବନ୍ୟଜନ୍ତୁ ଶିକାର ବଢୁଥିବା ନେଇ ସୂଚନା ମିଳିଥିଲା । ଏନେଇ ତେଲକୋଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଙ୍କ ନେତୃତ୍ବରେ ବନବିଭାଗ ଚଢ଼ାଉ କରିଥିଲା । ଏହି ଚଢାଉରେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣ ଫେରାର ହୋଇଯାଇଛନ୍ତି।ଗିରଫ ଶିକାରୀ ହେଲେ ଜଗମୋହପପୁର ପଞ୍ଚାୟତ ଟୁଙ୍ଗୁରୁବାହାଳ ଗାଁର ରାଜେଶ ପଲେଇ । ଶିକାରିକୁ ଗିରଫ କରିବା ସହ ତା ନିକଟରୁ ବାରହା ମାଂସ ସହ ହରିଣ ଛାଲ, ହରିଣ ଶିଙ୍ଗ ଜବତ କରିଛି ବନବିଭାଗ ।ଶିକାରରେ ବ୍ୟବହୃତ ସରଞ୍ଜାମକୁ ମଧ୍ୟ ଜବତ କରାଯାଇଛି । ଗିରଫ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି ।

   Related Posts