ଅସହାୟ ମହିଳାଙ୍କୁ ସୁରକ୍ଷା ଦେଇ କଲା ଦୁଷ୍କର୍ମ, ଅଭିୟୁକ୍ତ ଦହିବରା ବେପାରୀକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | January 28, 2022 IST

ପୁରୀ ୨୮।୦୧: ରକ୍ଷକ ସାଜିଲା ଭକ୍ଷକ । ଅସହାୟ ମହିଳାଙ୍କୁ ସୁରକ୍ଷା ଦେଇ କଲା ଦୁଷ୍କର୍ମ । ଦୀର୍ଘ ୪ ମାସ ଧରି ଦୁଷ୍କର୍ମ କରିବା ପରେ ଶେଷରେ ମୁହଁ ଖୋଲିଲେ ପୀଡ଼ିତା। ବଳାତ୍କାର କରିଥିବା ବ୍ୟକ୍ତି ଜଣେ ଦହିବରା ବ୍ୟବସାୟୀ ହୋଇଥିବା ବେଳେ ତା’ ବିରୋଧରେ ପୁରୀ ତାଳବଣିଆ ଥାନାରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ଅଭିଯୁକ୍ତ ଜଣକ କୁମୁଟିପାଟଣା ଅଞ୍ଚଳର ସୁବଳ ଚରଣ ସାହୁ ବୋଲି ଜଣାପଡିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖବର ଅନୁଯାୟୀ,  ଗତ ୪ ମାସ ତଳେ ଅସହାୟ ଅବସ୍ଥାରେ ଥିବା ଜଣେ ସ୍ୱାମୀ ପରିତ୍ୟକ୍ତାଙ୍କୁ ସାହାଯ୍ୟର ହାତ ବଢାଇଥିଲା ଅଭିଯୁକ୍ତ ସୁବଳ। ସ୍ଥାନୀୟ ସେନାପତି ବଗିଚା ସ୍ଥିତ ଦରିଦ୍ରନାରାୟଣ ସେବାଶ୍ରମରେ ଘରଭଡା ବୁଝି ମହିଳାଙ୍କୁ ଆଶ୍ରୟ ଦେଇଥିଲା। କିନ୍ତୁ ଅସହାୟ ଅବସ୍ଥାରେ ଅଭିଯୁକ୍ତ ସୁବଳ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ସହ ଅଭିଯୁକ୍ତ ସୁବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି ବୋଲି ଆଇଆଇସି ସୁଜାତା ବେହେରା  ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.