ଜଳୁଛି ଜଙ୍ଗଲ, ନିଆଁ ଲଗାଉଥିବା ବେଳେ ଜଣେ ଯୁବକକୁ କାବୁ କଲା ବନ ବିଭାଗ
8/03/2021 at 12:40 PM

କରଞ୍ଜିଆ ୦୮।୦୩ : ନିଆଁ ଲଗାଉଥିବା ବେଳେ ଜଣେ ଯୁବକକୁ ଧରିଲା ବନ ବିଭାଗ। ମୟୁରଭଞ୍ଜ ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ନିଆଁ ଲଗାଉଥିବା ବେଳେ ଯୁବକକୁ ଧରିଛି ବନ ବିଭାଗ । ନିଆଁ ଲଗାଉଥିବା ଯୁବକ ଜଣକ ହେଉଛନ୍ତି ଯଶୀପୁର ଥାନା ଆମ୍ବତଳିଆ ଗାଁର ପ୍ରଧାନ ହେମ୍ବ୍ରମ ବୋଲି ଜଣାପଡିଛି । ଯୁବକ ଜଣକୁ ନିଜ ହେପାଜାତକୁ ଆଣି ବନବିଭାଗ ଅଧିକ ପଚରା ଉଚରା ଜାରି ରଖିଛି ।
ଖବର ଅନୁଯାୟୀ, ରାଜ୍ୟର ଅଧିକାଂଶ ଜଙ୍ଗଲରେ ଏବେ ନିଆଁ ଲାଗିଛି । ଗତକିଛି ଦିନ ହେଲା ନିଆଁ ଲାଗିରହିଛି । ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ ବନବିଭାଗ ଅହରହ ଉଦ୍ୟମ ଜାରି ରଖିଛି । ବନବିଭାଗକୁ ଏହି କାମରେ ଅଗ୍ନିଶମ ବାହିନୀ ମଧ୍ୟ ସହଯୋଗ କରୁଛନ୍ତି । ତେବେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଅନେକଙ୍କ ଜୀବନ ଉପରକୁ ବିପଦ ମାଡ଼ିଆସୁଛି । ଯାହାକି ଏକ ଚିନ୍ତାର ବିଷୟ । ଏସସବୁ ଭିତରେ ଆଜି ଏପରି ଏକ ଘଟଣା ଘଟିଛି । ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଯୁବକକୁ ଅଟକ ରଖିଛି ବନବିଭାଗ । ଉକ୍ତ ଯୁବକଙ୍କୁ ନିଜ ହେପାଜତକୁ ଆଣି ପଚରାଉଚରା ଜାରି ରଖିଛି । ତେବେ କେଉଁ ପରିସ୍ଥିତିରେ ସେ ନିଆଁ ଲଗାଉଥିଲା । ସେନେଇ ଛାନ୍ଭିନ୍ ଜାରି ରଖିଛି ବନବିଭାଗ ।