ଶିକାର ନିଶାରେ ଲଗାଉଥିଲା ନିଆଁ: ଗୁଡିଡିହା ଜଙ୍ଗଲ ଜାଳୁଥିବା ଯୁବକକୁ ଧରିଲା ବନବିଭାଗ

Published By : Prameya-News7 Bureau | March 09, 2021 IST

କରଞ୍ଜିଆ ୦୯।୦୩: ଜଙ୍ଗଲରେ ନିଆଁ ଲଗାଇବା ବେଳେ ପୁଣି ଜଣେ ଯୁବକ ଗିରଫ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ଗୁଡିଡିହା ସଂଗକ୍ଷିତ ଜଙ୍ଗଲରୁ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣଙ୍କ ହେଲେ କରଞ୍ଜିଆ ଥାନା ଖଡିକୁଦର  ଗାଁର ସାଲୁ ତିଉ ।

{"id":420093,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଗୁଡିଡିହା ସଂରକ୍ଷିତ ଜଙ୍ଗଲରେ ଯୁବକ ଜଣଙ୍କ ନିଆଁ ଲଗାଇ ଶିକାର ପାଇଁ ଫାଶ ବିଛାଉଥିଲା । ତେବେ କୌଣସି ସୁତ୍ରରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି । ଗିରଫ ପରେ ଯୁବକଙ୍କୁ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି । ତେବେ ଗିରଫ ଯୁବକ ନିକଟରୁ ୨୨ଟି ୪୧୫ ଫୁଟର ଫାଶ ଜବତ କରିଛି ବନବିଭାଗ । ଠେକୁଆ ଶିକାର କରିବା ପାଇଁ ଫାଶ ବିଛାଉଥିଲା ଯୁବକ । ଗିରଫ ପରେ ଯୁବକଙ୍କୁ କୋର୍ଟ ଚାଲାଣ କରିବ ବନବିଭାଗ ।  

{"id":420095,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଯୁବକଙ୍କୁ କାବୁ କରିଥିଲା ବନବିଭାଗ ଓ ପୋଲିସ । ଯାହାକୁ ନିକଟସ୍ଥ ବନବିଭାଗ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୋଲିସ । ଗୋଟିଏ ପଟେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଅହରହ ଉଦ୍ୟମ ଜାରି ରହିଥିବା ବେଳେ ଆଜି ପୁଣି ଜଣଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.