Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନାଁ ଭଗବାନ, କାମ ମୂର୍ତ୍ତି ଚୋରି ; ଜଗନ୍ନାଥ ମନ୍ଦିରରୁ ଅଷ୍ଟ ଧାତୁ ମୂର୍ତ୍ତି ଚୋରି ଘଟଣାରେ ଜଣେ ଗିରଫ

18/10/2020 at 10:50 AM

ଗଞ୍ଜାମ ୧୮।୧୦: ଜଗନ୍ନାଥ ମନ୍ଦିରରୁ ଅଷ୍ଟ ଧାତୁ ମୂର୍ତ୍ତି ଚୋରି ଘଟଣାରେ ଜଣେ ଗିରଫ। ଗଞ୍ଜାମ ଜରଡା ଥାନା ଅନ୍ତର୍ଗତ ସୁରଙ୍ଗୀ ଜଗନ୍ନାଥ ମନ୍ଦିରରୁ ଅଷ୍ଟ ଧାତୁ ଲଳିତା ମୂର୍ତ୍ତି ଚୋରି କରି ବିକ୍ରି କରିବା ବେଳେ ଧରିଛି ଜରଡ଼ା ଥାନା ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ କ୍ ନୂଆଗାଁ ଲାଲମେଣ୍ଟା ଅଂଚଳର ଭଗବାନ ପ୍ରଧାନ ।

ଖବର ଅନୁଯାୟୀ, ଗତକାଲି ସେ ମନ୍ଦିର ଭିତରେ ଶୋଇଥିଲେ। ରାତିରେ ପୂଜାରୀ ମନ୍ଦିର ବନ୍ଦ କରି ଘରକୁ ଯିବା ବେଳେ ଯୁବକ ଜଣକ ମନ୍ଦିରରୁ ମୂର୍ତ୍ତି ଚୋରି କରିନେଇଥିଲେ। ପରେ ନୂଆପେଣ୍ଠ ଇଲାକାରେ ବିକ୍ରି କରିବା ପାଇଁ ବୁଲୁଥିବା ସମୟରେ ସୁରାକ ପାଇଥିଲା ଜରଡା ପୋଲିସ। ପୋଲିସ ଟିମ୍  ସେଠାକୁ ଯାଇ ଭଗବାନଙ୍କୁ ଗିରଫ କରିବା ସହ ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି । ମୂର୍ତ୍ତିର ଉଚ୍ଚତା ୧ ଫୁଟ ହୋଇଥିବା ବେଳେ ଏହା ବହୁ ପୁରୁଣା ମୂର୍ତ୍ତି ବୋଲି ଜଣାପଡିଛି ।

   Related Posts