ବିବାହିତ ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣା, ଜଣେ ଗିରଫ

Published By : Prameya-News7 Bureau | September 25, 2021 IST

ଚଣ୍ଡିଖୋଲ ୨୫।୦୯:  ବିବାହିତ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା। ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ  । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।

ଖବର ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ଗ୍ରାମର ଜୈନିକ ବିବାହିତ ମହିଳାଙ୍କୁ ସ୍ଥାନୀୟ ଚାରିନଙ୍ଗଳ ପଞ୍ଚାୟତ ନାୟା ମଲିକ ମହିଳାଙ୍କର କିଛି ଅଶ୍ଳୀଳ ଭିଡିଓ ଏବଂ ଫଟୋ ମୋବାଇଲରେ ରଖିଥିଲା ।  ମହିଳାଙ୍କୁ ପାଖକୁ ଡାକିବା ପାଇଁ ବାରମ୍ବାର ଧମକ ଚମକ ଦେଇଆସୁଥିଲା । ମହିଳା ଜଣକ ନାୟାଙ୍କ କଥାରେ ରାଜି ହୋଇନଥିଲା । ଶେଷରେ ସେ ତାଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିଥିବା ମହିଳା ଅଭିଯୋଗ କରିଛନ୍ତି ।

ନାୟା ମଲିକ ନିଜେ ବିବାହିତ ହୋଇ ଥିବା ବେଳେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଙ୍କୁ ବାରମ୍ବାର ଧମକ ଚମକ ଦେଇ ଆସୁଥିଲେ । ଏନେଇ ମହିଳା ଜଣକ ନିଜର ସୁରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏବେ ବାଲିଚନ୍ଦ୍ରପୁର ଥାନା ପୋଲିସ ନାୟା ମଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଘଟଣାରେ ଅଧିକ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରିଣୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.