Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବସ୍‌ ଯାତ୍ରୀଙ୍କୁ ନିଶା ଦେଇ କରୁଥିଲା ଲୁଟ୍‌, ଏବେ ପଡିଲା ପୋଲିସ ହାବୁଡ଼ରେ

19/10/2021 at 1:20 PM

ଚଣ୍ଡିଖୋଲ ୧୯।୧୦: ଅନେକ ଦିନ ଧରି ଚାଲିଥିଲା ଲୁଟ୍‌ । ପର୍ଦ୍ଦାଫାଶ କଲା ପୋଲିସ । ବସ୍‌ରେ  ଯାଉଥିବା ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ ବେଳେ ଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

ଖବର ଅନୁଯାୟୀ, କନ୍ଧମାଳ ଅଞ୍ଚଳର ଜଣେ ଯୁବକ ମିଲନ ପ୍ରଧାନ ବସ୍‌ ଯୋଗ ଚଣ୍ଡିଖୋଲ ଅଭିମୁଖେ ଆସୁଥିଲେ । ବସ୍‌ରେ ୨ଜଣ ଦୁର୍ବୃତ୍ତ ଏହି ଯୁବକଙ୍କ ବିସ୍କୁଟରେ ନିଶା ଦେଇ ଲୁଟ୍‌ କରିଥିଲେ । ଏହାପରେ ଯୁବକଙ୍କ ନିଶା ଶକ୍ତ ଅବସ୍ଥାରେ ବସ୍‌ରୁ ଉଦ୍ଧାର କରାଯାଇଥିଲା । ଖବର ସଂପର୍କରେ ଜାଣି ଚଣ୍ଡିଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ । ଏହି ଚୋରି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ସେହିପରି ଗିରଫ ଯୁବକ ଜଣଙ୍କ କୁଜଙ୍ଗ ଅଞ୍ଚଳର ଶଶୀଭୂଷଣ ପଣ୍ଡା ବୋଲି ଜଣାପଡିଛି । ତେବେ ପୋଲିସ ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଅନେକ ସମୟରେ ଟ୍ରେନ୍‌ ଓ ବସ୍‌ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌ କରୁଥିଲେ । ଏହି ଚୋରି ଘଟଣାରେ ଆଉ କାହାର ସଂପୃକ୍ତି ଅଛି । ସେନେଇ ଚଣ୍ଡିଖୋଲ ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts