ଭୁବନେଶ୍ୱର ୨୮।୧୧: ରାଜଧାନୀରୁ ସୁପାରି କିଲର ଗିରଫ । ଅଭିଯୁକ୍ତ ନିକଟରୁ ଦୁଇଟି ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ଘଟଣାସ୍ଥଳରୁ ଆଉ ଜଣେ ଅପରାଧୀ ଫେରାର ହୋଇଥିବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ବ୍ୟବସାୟିକ ଶତ୍ରୁତା ପାଇଁ ଜଗତସିଂହପୁରର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କରାଯାଇଥିଲା ନିୟୋଜିତ । ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରିଥିଲା । ସପନେଶ୍ୱର ମନ୍ଦିର ନିକଟରୁ ଜଣଙ୍କୁ କାବୁ କରିଥିଲା ପୋଲିସ । ପୋଲିସ ଉପରକୁ ଗୁଳିମାଡ଼ କରିବାକୁ ଉଦ୍ୟମ କରିଥିଲା ଅପରାଧୀ । ହେଲେ ପୋଲିସ ଅପରାଧୀକୁ କାବୁ କରିବାର ସଫଳ ହୋଇଥିଲା । ଗିରଫ ଅପରାଧୀ ନିକଟରୁ ଦୁଇଟି ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ ରହିଛି ସଙ୍ଗିନ ଅପରାଧିକ ମାମଲା ।