ଛାଡିଗଲା ଡନ୍‌ ହେବାର ନିଶା, ପିସ୍ତଲ ଚୋରି କରି ଯୁବକ ଗିରଫ

Published By : Prameya-News7 Bureau | October 30, 2021 IST

ଭୁବନେଶ୍ବର ୩୦।୧୦: ଛାଡିଗଲା ଡ଼ନ ହେବାର ନିଶା । ପିସ୍ତଲ ଚୋରି କରି ଗିରଫ ହେଲେ ଯୁବକ। ପିସ୍ତଲ ଚୋରି କରି ଅଭିଯୋଗରେ ରାହୁଲ ଜେନା ନାମକ ଜଣଙ୍କୁ  ଗିରଫ କଲା ଖଣ୍ଡଗିରି ଥାନା ପୁଲିସ । ରାହୁଲ ନିକଟରୁ ଏକ ପିସ୍ତଲ ଓ ୪ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି ।

ଖବର ଅନୁଯାୟୀ, ଏୟାରପୋର୍ଟ ନୂଆ ରୋଡ଼ରେ ଥିବା ଏକ କାର ଭିତରୁ ଲୁଟି ନେଇଥିଲା ପିସ୍ତଲ । ଏହି ପିସ୍ତଲରୁ ଗୁଳି ଫୁଟାଇ ତାର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲା । ସୋସିଆଲ ମିଡ଼ିଆରୁ ଫଟୋ ଦେଖି  ପିସ୍ତଲ ଚିହ୍ନଟ କରିଥିଲେ ମାଲିକ । ଏସଂପର୍କରେ ପୋଲିସ ଖବର ପାଇ ରାହୁଲ ଜେନା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲେ ଖଣ୍ଡଗିରି ପୋଲିସ । ରାହୁଲ ନିକଟରୁ  ଗୋଟିଏ ପିସ୍ତଲ ସହ ୪ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.