କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଆନନ୍ଦ କୁମାର ଗିରଫ

Published By : Prameya-News7 Bureau | October 25, 2021 IST

ଭୁବନେଶ୍ବର ୨୫।୧୦: ଭୁବନେଶ୍ୱରେ ଥମୁନି ବ୍ରାଉନ୍‌ସୁଗାର କାରବାର । ରାଜଧାନୀରୁ ପୁଣି ଜବତ ହେଲା ଧଳାଜହର । ୨୫୪ ଗ୍ରାମ୍ ବ୍ରାଉନସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ହେଲେ ଉତ୍ତରପ୍ରଦେଶର ଆନନ୍ଦ କୁମାର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଯୁବକ ଜଣଙ୍କ ବ୍ରାଉନ୍‌ସୁଗାର ବେପାର କରୁଥିବା ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳୁଥିଲେ । ଏହି କ୍ରମରେ ଆଜି ପୋଲିସ କାର୍‌ଗିଲ୍‌ ବସ୍ତିରେ ଚଢାଉ କରିଥିଲେ । ସେଠାରେ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ ସହ ୨୫୪ ଗ୍ରାମର ଧଳାଜହର ଜବତ ହୋଇଛି । ଏହାସହିତ ଯୁବକଙ୍କ ନିକଟରୁ  ନଗଦ ୭,୫୦୦ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କଲା ଏୟାରଫିଲ୍ଡ ଥାନା ପୋଲିସ ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । କାର୍‌ଗିଲ୍‌ ବସ୍ତିରେ ରହି ଧଳାଜହର ବେପାର କରୁଥିଲେ ।  ଏନେଇ ଡିସିପି ଉମାଶଙ୍କର ଦାଶ ଦାସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.