STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ

Published By : Prameya-News7 Bureau | October 21, 2021 IST

ଭୁବନେଶ୍ୱର ୨୧।୧୦: ପୁଣି STF ପଞ୍ଝାରେ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀ । ୧୬ ନଂ ଜାତୀୟ ରାଜପଥ ଟାଙ୍ଗି ନିକଟରୁ ବ୍ରାଉନ୍‌ସୁଗାର ବେପାରୀକୁ ଧରିଲା STF । ଗିରଫ ବ୍ୟବସାୟୀ ହେଲେ ସଫିକୁଲ ଶେଖ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ କ୍ରାଇମ୍‌ବ୍ରାଞ୍ଚ STFକୁ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ଆଜି ୧୬ନଂ ଜାତୀୟ ରାଜପଥ ଟାଙ୍ଗି ନିକଟରୁ ବ୍ରାଉନ୍‌ସୁଗାର ବେପାରୀ ସଫିକୁଲ ଶେଖ୍‌ଙ୍କୁ ଗିରଫ କରିଛି STF ।ସଫିକୁଲର ଘର ପଶ୍ଚିମବଙ୍ଗ ବେଲଡଙ୍ଗା ଜିଲ୍ଲା ପୋଲିଆପରା ଗାଁରେ ବୋଲି ଜଣାପଡିଛି । ସଫିକୁଲ୍‌ ନିକଟରୁ ୧ କେଜି ୪୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଯାହାର ନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.