କଟକ ଚୌଦ୍ବାରରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ

Published By : Prameya-News7 Bureau | September 13, 2018 IST

କଟକ ୧୩|୯: ଯୋରରୁ ମାଛ ଧରିବାକୁ ଯାଇ ଜଣେ ନିଖୋଜ। ଚୌଦ୍ବାର ଥାନା ଅନ୍ତର୍ଗତ କୟଲପଡ଼ା ଛତିଶା ଜୋରରେ ବୁଡ଼ି ଜଣେ ନିଖୋଜ ହୋଇଛି । ଗତକାଲି ରାତିରେ ସ୍ଥାନୀୟ ଡିହ ସାହି ଗାଁର ଫକିର ଚରଣ ସ୍ବାଇଁ ମାଛ ଧରିବା ପାଇଁ ଯାଇଥିଲେ । ଦୌଡ଼ି ସାହାଯ୍ୟରେ ଉପରକୁ ଉଠୁଥିବା ବେଳେ ସେ ପାଣିରେ ପଡ଼ି ଯାଇଥିଲେ । ତେବେ ଯୋରେ ପାଣି ସ୍ରୋତ ପ୍ରଖର ଥିବାରୁ ସେ ମହାନଦୀକୁ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଗତରାତିରୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.