Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଟୋକିମରା ପର୍ବ ଦେଖିବାକୁ ଯିବାବେଳେ ଶଳାର ଟାଙ୍ଗିଆ ଚୋଟରେ ଜ୍ବାଇଁର ମୃତ୍ୟୁ, ଆସାମୀ ଫେରାର

3/05/2019 at 9:13 AM

କଳାହାଣ୍ଡି ୩|୫ଲାଞ୍ଜିଗତ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ଆମଠାପଦର ଗ୍ରାମର ପୂର୍ଣ୍ଣ ମାଝୀ(୩୫)ଙ୍କୁ ତାଙ୍କ ବଡ଼ଶଳା ବାଚୁ ମାଝୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣା ପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଲାଞ୍ଜିଗତ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଆମଠାପଦର ଗ୍ରାମର ପୂର୍ଣ୍ଣ ମାଝୀ, ବାଚୁ ମାଝୀ ଓ ପବନ ମାଝୀ ଗତ କାଲି ନିକଟସ୍ଥ ରାୟଗଡା ଜିଲ୍ଲା କଲ୍ୟାଣିସିଂପୁର ବ୍ଲକର ଖୁରୁଷ ମୁହିଁ ଗାଁକୁ  ଟୋକିମରା ପର୍ବ ଦେଖିବାକୁ ଯାଉଥିଲେ । ନିଜ ଗାଁ ଆମଠା ପଦର ଠାରୁ ମାତ୍ର ୧କିଲୋମିଟର ଗଲାପରେ ଜଙ୍ଗଲ ରାସ୍ତାରେ ପୂର୍ଣ୍ଣ ମାଝୀ(୩୫)ଙ୍କୁ ତାର ବଡ଼ ଶଳା ବାଚୁ ମାଝୀ ଟାଙ୍ଗିଆରେ ଆକ୍ରମମ କରିଥିଲା । ପୂର୍ଣ୍ମ ମାଝୀଙ୍କ ମୁଣ୍ଡର ବାମ ପାଖ କାନ ପଉପରେ  ଦୁଇ ଚୋଟ ଓ ପିଠିରେ ଗୋଟିଏ ଚୋଟ ଟାଙ୍ଗିଆ ମାଡ ଫଳରେ ଘଟଣା ସ୍ଥଳରେ ହିଁ ପୂର୍ଣ୍ଣ ମାଝୀର ମୃତ୍ୟୁ ଘଟିଥିଲା।

ଏହା ଦେଖି ସାଥିରେ ଥିବା ପବନ ମାଝୀ ଭୟରେ ଘଟଣା ସ୍ଥଳରୁ ପଳାଇ ଯାଇଥିଲବା ବୋଲି ପୁଲିସ ପାଖରେ ପ୍ରକାଶ କରିଛନ୍ତି। ଏପଟେ ଆସାମୀ ହତ୍ୟା କରିବା ପରେ ଫେରାର ହୋଇ ଯାଇଛି। ଏହି ଘଟଣା ପବନ ମାଝୀ ଗାଁ ଲୋକଙ୍କୁ କହିବାପରେ ଗାଁ ଲୋକ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ।  ଆଜି ମୃତ ପୂର୍ଣ୍ଣ ମାଝୀର ବଡ଼ ଭାଇ ବୁଟି ମାଝୀ ବିଜେପୁର ଥାନାରେ ସକାଳ ୮ଟା ସମୟରେ ଲିଖିତ ଅଭିଯୋଗ କରିଛନ୍ତି।

ଏହି ଅଞ୍ଚଳରେ ମାଓବାଦୀ ଭୟ ଥିବାଯୋଗୁଁ ପୁଲିସ ଘଟଣା ସ୍ଥଳକୁ ଯାଇନଥିଲା। ପରେ ଗ୍ରାମର ଘାସି ମାଝୀ, ଲାକରା ମାଝୀ, ଲିପା ମାଝୀ ଓ ଦାନା ମାଝୀ ଶବକୁ ୪କିମି କାନ୍ଧରେ ବୋହି ତ୍ରିଲୋଚନପୁରକୁ  ଆଣିବା ପରେ ସେଠାରୁ  ଆମ୍ବୁଲାନ୍ସରେ  ଲାଞ୍ଜିଗତ ଆଣି  ଶଵ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଥାନାରେ ଏକ ମାମଲା ରୁଜୁ କରି ଆସାମୀକୁ  ଅତିଶୀଘ୍ର ଗିରଫ କରିବା ପାଇଁ ପ୍ରାୟସ ଚାଲିଛି ବୋଲି ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର କୁଳହାରସ ପ୍ରକାଶ କରିଛନ୍ତି। ତେବେ ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇନାହିଁ ।

   Related Posts