ସାରାଦେଶରେ ଟୋଲ ଗେଟ୍‌ ପାଇଁ ହେବ ଏକକ ଇଲେକଟ୍ରୋନିକ ଆଦାୟବ୍ୟବସ୍ଥା

Published By : Prameya-News7 Bureau | October 15, 2019 IST

ନୂଆଦିଲଲ୍ଲୀ ୧୫।୧୦- କେନ୍ଦ୍ରସଡ଼କ ପରିବହନ ଓ ରାଜପଥଏବଂଲଘୁ,କ୍ଷୁଦ୍ର ଓ ମଧ୍ୟମଉଦ୍ୟୋଗମନ୍ତ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟଟ୍ୟାଗ’ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା ଦେଶରେ ଗୋଟିଏ ବୈଦ୍ୟୁତିକଟୋଲ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କେନ୍ଦ୍ରସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅବସରପ୍ରାପ୍ତ ଜେନେରାଲଭି.କେ. ସିଂଓ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏଥିରେଯୋଗ ଦେଇଥିଲେ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଜାତୀୟ ବୈଦ୍ୟୁତିକ ଟୋଲ ଆଦାୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତୀୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ଆରଏଫଆଇଡି ଆଧାରିତ ଫାଷ୍ଟ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯାଉଛି । ତେବେ ରାଜ୍ୟ ରାଜପଥର ଟୋଲ ପ୍ଲାଜା ଗୁଡ଼ିକରେ ସାଧାରଣ ପଦ୍ଧତି କିମ୍ବା ଅନ୍ୟ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯାଏ । ଏହାଦ୍ୱାରା ଗାଡ଼ିଚାଳକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସବୁରାଜ୍ୟକୁ ଫାଷ୍ଟଟ୍ୟାଗ’ ଅଧୀନକୁ ଆଣିବାଲାଗି ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି। ଫଳରେ ସାରା ଦେଶରେ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ। ଏଥିପାଇଁ ଭାରତୀୟ ରାଜପଥ ପରିଚାଳନା ନିଗମଲିଃ (ଆଇଏଚଏମସିଏ) ପକ୍ଷରୁସମସ୍ତରାଜ୍ୟ ଓ ସହରର ଟୋଲ ପ୍ଲାଜାଗୁଡ଼ିକୁ ଫାଷ୍ଟଟ୍ୟାଗ ଅଧୀନରେ ସାମିଲ କରିବା ଲାଗି ସବୁରାଜ୍ୟକୁ ଯୋଜନା ଗାଇଡଲାଇନ ପ୍ରଦାନ କରାଯାଇଛି।
ଆଧୁନିକ ଫାଷ୍ଟଟ୍ୟାଗ ବ୍ୟବସ୍ଥାରେ ୬୦ ଲକ୍ଷଟ୍ୟାଗକୁ ସାମିଲ କରାଯାଇପାରିବ ଏବଂ ଦୈନିକ ୧୦ ଲକ୍ଷ କାରବାର ହୋଇପାରିବ । ତେଣୁ ଏହି ବୃହତ ବ୍ୟବସ୍ଥା ମଧ୍ୟକୁ ଯଥାଶୀଘ୍ର ରାଜ୍ୟ କର୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକୁ ଆଣିବା ଲାଗି ଯୋଜନାରେ ବ୍ୟବସ୍ଥା ରହିଛି। ଏହି ଯୋଜନା ଅନ୍ତର୍ଗତ ଆଇଏଚଏମସିଏଲ ପକ୍ଷରୁ ରାଜ୍ୟ ଗୁଡ଼ିକୁ ବୈଦ୍ୟୁତିକ ଟୋଲ ଆଦାୟ ଭିତିଭୂମି ନିର୍ମାଣଲାଗି ୫୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପ୍ରତ୍ୟେକ ଦୁଇଲେନ ବିଶିଷ୍ଟଟୋଲ ପ୍ଲାଜା ପାଇଁସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ସହିତ ବୈଦ୍ୟୁତିକ ଟୋଲ ଆଦାୟକାର୍ଯ୍ୟକ୍ରମ ପରିଚାଳନା ଦେୟର କିଛି ଅଂଶ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ।
ଆଜିଆଇଏଚଏମସିଏଲ ପକ୍ଷରୁ କେତେକ ରାଜ୍ୟ/କର୍ତୃପକ୍ଷଙ୍କ ସହିତ ଫାଷ୍ଟଟ୍ୟାଗ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ବୁଝାମଣା ସ୍ୱାକ୍ଷର କରାଯାଇଛି । ଚଳିତ ବର୍ଷ ଡିସେମ୍ବର ପହିଲା ଠାରୁ ସମସ୍ତ ଜାତୀୟ ରାଜପଥର ଟୋଲ ପ୍ଲାଜା ଗୁଡ଼ିକରେ ଫାଷ୍ଟଟ୍ୟାଗ ଜରିଆରେ ଟୋଲ ଆଦାୟକୁ ବାଧ୍ୟତାମୂଳକ କରାଯିବ।ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ସେହିପରି ଫାଷ୍ଟଟ୍ୟାଗ ସହିତ ଇ-ୱେବିଲ ବ୍ୟବସ୍ଥାକୁ ଯୋଡ଼ିବାଲାଗି ଆଇଏଚଏମସିଏଲ ଏବଂ ଜିଏସଟିନେଟୱାର୍କ (ଜିଏସଟିଏନ) ମଧ୍ୟରେ ଆଉ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ବସ୍ତୁ ଓ ସେବାକର(ଜିଏସଟି) ଇ-ୱେବିଲ (ଇଡବ୍ଲ୍ୟୁବି) ବ୍ୟବସ୍ଥାକୁ ଖୋଜିବା ଓ ଠାବ କରିବା କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟା ଦୂର କରିବା ଏବଂ ଅନୁଧ୍ୟାନ ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହା କରାଯାଇଛି । ଏପ୍ରିଲ ୨୦୨୦ ଠାରୁ ସର୍ବଭାରତୀୟସ୍ତରରେ ଏହାକୁ ବାଧ୍ୟତାମୂଳକ କରାଯିବ। ଯାହାଫଳରେ ଜିଏସଟି ୱେ-ବିଲଖୋଜିବା ଓ ଠାବ କରିବା ବ୍ୟବସ୍ଥା ଅଧିକ ଦକ୍ଷ ହୋଇପାରିବ । ଏହାଛଡ଼ା ଟୋଲ ପ୍ଲାଜାଗୁଡ଼ିକରେ ରାଜସ୍ୱ ଠକେଇକୁ ଧରିବା ସହଜହେବ । ଏହି ସଂଯୋଗ ଫଳରେ ରାଜସ୍ୱ ଆଦାୟ କର୍ତୃପକ୍ଷ ସାମଗ୍ରୀ ପରିବହନ କରୁଥିବା ବାହନ ଗୁଡ଼ିକ ସଠିକ୍ ଲକ୍ଷ୍ୟପଥରେ ଯାଉଛନ୍ତି କି ନାହିଁ ଧରିବା ଲାଗି ସକ୍ଷମ ହୋଇପାରିବେ। ପ୍ରତ୍ୟେକ ଟୋଲ ପ୍ଲାଜା ନିକଟରୁ ମିଳୁଥିବା ଏସଏମଏସ ଆଲର୍ଟ ଜରିଆରେ ଯୋଗାଣକାରୀ ଏବଂ ପରିବହନକାରୀ ସେମାନଙ୍କ ବାହନକୁ ଠାବକରିବାରେ ସକ୍ଷମହେବ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି ଯେ ବ୍ୟାପକସ୍ତରରେ ପରିବହନ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଗୁରୁତ୍ୱାରୋପ କରିଆସୁଛନ୍ତି । ଦେଶବ୍ୟାପୀ ଗୋଟିଏ ଆନ୍ତଃ ପରିଚାଳିତ ଆରଏଫଆଇଡି ଆଧାରିତ ଟ୍ୟାଗ ବ୍ୟବସ୍ଥା ଏ ଦିଗରେ ଏକ ବୃହତ ପଦକ୍ଷେପ । ଏହି ବ୍ୟବସ୍ଥା ଜରିଆରେ ଗୋଟିଏ ପ୍ରକାରର ଫାଷ୍ଟଟ୍ୟାଗ ବାହନର ଝରକାକାଚରେ ଲଗାଯିବ। ଏହାରି ମାଧ୍ୟମରେ ଦେଶବ୍ୟାପୀ ସମସ୍ତ ଟୋଲ ପ୍ଲାଜାରେ ଟୋଲ ପଇଠ କରାଯାଇପାରିବ ।ଏହି ପଦକ୍ଷେପ ଦ୍ୱାରା ବ୍ୟବସ୍ଥାଗତବାଧା ଦୂରହେବାସହିତ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ। ଏଥିସହିତଟୋଲ ଫି’ ଆଦାୟ ପ୍ରକ୍ରିୟା ଅଧିକ ପ୍ରଭାବୀ ହୋଇପାରିବ। ସେ ଆହୁରିକହିଥିଲେ ଯେ ଏହା ଦେଶର ଜିଡିପି କ୍ଷତି ମଧ୍ୟ ହ୍ରାସ କରିବ।କାରଣ ଟୋଲ ପ୍ଲାଜାରେ ଦୀର୍ଘସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଯୋଗୁ ହେଉଥିବା ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।ଏହି ପଦକ୍ଷେପ ସମୟ ବଂଚାଇବା ସହିତ ପ୍ରଦୂଷଣ ମଧ୍ୟ କମାଇବ।ଖୁବଶୀଘ୍ର ଦେଶର କୌଣସି ଟୋଲ ପ୍ଲାଜାରେ କାହାରିକୁ ଅପେକ୍ଷାକରିବାକୁ ପଡ଼ିବ ନାହିଁ ବୋଲିମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ।ଟୋଲ ପଇଠ କରିବା ବ୍ୟତୀତ ଇନ୍ଧନ ଭରିବା ଫି’, ପାର୍କିଂ ଫି’ ଆଦି ପାଇଁ ଫାଷ୍ଟ୍ୟାଗ ବ୍ୟବସ୍ଥାର ଉପଯୋଗ କରାଯିବା ଲାଗି ଚିନ୍ତା କରାଯାଉଥିବା ମନ୍ତ୍ରୀ କହିଥିଲେ।
ବର୍ତମାନ ନ୍ୟାସନାଲ ପେମେଂଟ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) କେନ୍ଦ୍ରୀୟ ପଇଠ ସଂସ୍ଥା ଭାବେ କାର୍ଯ୍ୟକରୁଛିଏବଂ ୧୩ଟି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଫାଷ୍ଟଟ୍ୟାଗ ଜାରି କରୁଛନ୍ତି। ଫାଷ୍ଟ ଟ୍ୟାଗ ଉପଯୋଗ କରିବାଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ସଡ଼କ ଉପଯୋଗକାରୀମାନଙ୍କୁ ୨.୫%ର କ୍ୟାସ ବ୍ୟାକ ସୁବିଧା ଦିଆଯାଉଛି।ଏବେ ସୁଦ୍ଧା ଦେଶର ୪୯୦ଟି ଜାତୀୟ ରାଜପଥ ଟୋଲ ପ୍ଲାଜା ଏବଂ ବଛାବଛା ୩୯ରୁ ଊଦ୍ଧ୍ୱ ର୍ରାଜ୍ୟ ରାଜପଥ ଟୋଲ ପ୍ଲାଜାରେ ଫାଷ୍ଟ୍ୟାଗ ବ୍ୟବସ୍ଥା ହୋଇଛି।ଗତମାସ ଶେଷ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଫାଷ୍ଟଟ୍ୟାଗ ଜାରିକ ରାଯାଇ ସାରିଛି।ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାଠାରୁ ବୈଦ୍ୟୁତିକ ପଦ୍ଧତିରେ ୧୨,୮୫୦ କୋଟିରୁ ଅଧିକ ଟୋଲ ଆଦାୟ କରାଯାଇ ସାରିଲାଣି। ସେପ୍ଟେମ୍ବର ୨୦୧୯ରେ ୫୫୪୦.୬୭ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ପରିମାଣର ସଫଳ ବୈଦ୍ୟୁତିକ ଟୋଲ ଆଦାୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.