Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଜଣେ ଭୂମିହୀନର ଯନ୍ତ୍ରଣା: ୧୫ ବର୍ଷ ହେଲା ପରିବାର ସହ ମଶାଣିରେ ରହୁଛନ୍ତି, ଅଥଚ ପ୍ରଶାସନର ଆଖି, କାନ ବନ୍ଦ

20/12/2019 at 5:06 PM

ବିଞ୍ଝାରପୁର୨୦/୧୨: କିଛି ଦିନ ତଳେ ଆମେ ଦେଖାଇଥିଲୁ ଯାଜପୁର ଦଶରଥପୁର ବ୍ଲକ ଚଷାଖଣ୍ଡ ଗାଁର ମନୁ ଜେନାଙ୍କ ଦୁଃଖ କାହାଣୀ । ଚାରି ଝିଅ ଓ ପତ୍ନୀଙ୍କୁ ଧରି ଗାଁ ମଶାଣିରେ ପଲା ମାରି ରହୁଛନ୍ତି ମନୁଙ୍କ ପରିବାର ।ଖବର ପ୍ରସାରଣ ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢାଇଛନ୍ତି ମନୁଙ୍କ ପରିବାରକୁ । ପ୍ରଶାସନର କିନ୍ତୁ ଏଯାଏ ନିଦ ଭାଙ୍ଗିନି । ୧୫ ବର୍ଷ ହେଲା ମଶାଣିରେ ଗୋଟିଏ ପରିବାର ଖବର ପ୍ରସାରଣ ପରେ ବି ନିଦର ଉଠୁନି ପ୍ରଶାସନ।ନ୍ୟୁଜ7 ରେ ଖବର ପ୍ରସାରଣ ପରେ ସ୍ବେଚ୍ଛାସେବୀ ସହାୟତାର ବଢ଼ାଇଛନ୍ତି।

ମାସେ କି ବର୍ଷେ ନୁହଁ, ଦୀର୍ଘ ୧୫ ବର୍ଷ ହେଲା ମଶାଣିରେ ପଲାମାରି ରହୁଛନ୍ତି ଏଇ ପରିବାର । ୫ ପ୍ରାଣୀ କୁଟୁମ୍ବଙ୍କୁ ଧରି ଦୁଃଖ କ​ଷ୍ଟରେ କାଳ କାଟୁଛନ୍ତି ଦଶରଥପୁର ବ୍ଲକ ଚଷାଖଣ୍ଡର ମନୁ ଜେନା । କିଛି ଦିନ ତଳେ ନ୍ୟୁଜ ସେଭେନ ପ୍ରସାରଣ କରିଥିଲା ଏହି ପରିବାରର ଦୁଃଖଭରା କାହାଣୀ । ଉଦେଶ୍ୟ ଥିଲା ପ୍ରଶାସନକୁ ସଜାଗ କରିବା, ସରକାରଙ୍କ ଜନକଲ୍ୟାଣ ଯୋଜନା ମନୁଙ୍କ ପାଖରେ ପହଞ୍ଚାଇବାରେ ସହାୟତା କରିବା । କିନ୍ତୁ ଏଠି ପ୍ରଶାସନ ଯେମିତି ନିଘୋଡ ନିଦ​‌ରେ ଶୋଇ ଯାଇଛି । ପ୍ରଶାସନ ସିନା ମନୁଙ୍କ ଦୁଃଖ ଶୁଣିନି, କିନ୍ତୁ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢାଇଛନ୍ତି ।

ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ସ୍ବେଚ୍ଛାସେବୀ ସଂସ୍ଥା ଜୟ ଜଗନ୍ନାଥ ଗ୍ରୁପ୍  ମନୁଙ୍କୁ ସହାୟତାର ହାତ ବଢାଇଛି । ଘରୋପକରଣ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ପିଲାଙ୍କ ପାଠପଢା ପାଇଁ ଖାତା, ବହି ସହ ନଗଦ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛି ।  ମନୁଙ୍କ ଦୁଃଖ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ ବୋଲି ସ୍ବେଚ୍ଛାସେବୀ କହିଛନ୍ତି ।  କେବେ ମନୁଙ୍କ ପରିବାର ଦୁଃଖ ସରକାରଙ୍କ କାନରେ ପଡୁଛି, ତାକୁ ହିଁ ଅପେକ୍ଷା।

   Related Posts