ଫ୍ୟାକ୍ଟ୍ରିରେ ଲାଗିଛି ଭୀଷଣ ନିଆଁ, ୨୮ ଦମକଳ ଗାଡ଼ି ନିୟୋଜିତ, ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ, ୨୭/୦୨: ଦେଶର ରାଜଧାନୀ ଦିଲ୍ଲୀରେ ଶନିବାର ସକାଳ ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଦିଲ୍ଲୀର ପ୍ରତାପ ନଗର ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୀଷଣ ଲାଗିଛି । ନିଆଁ ଏତେ ଜୋର୍‌ରେ ବ୍ୟାପିଥିଲା ଯେ, ପାଖପାଖ ଅଞ୍ଚଳରେ ଏହାକୁ ନେଇ ଭାୟର ବାତାବରଣ ଦେଖାଯାଇଥିଲା ।

ସୂଚନା ପାଇବା ପରେ ଦମକଳ ବାହିନୀର ୨୮ଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା । ମିଳିଥିବା ସୂଚନା ଅନୁସାରେ ନିଆଁ ଲାଗିଥିବା ସ୍ଥାନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫାୟାର୍‌ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ୍‌ର ଅଧିକାରୀ ପହଞ୍ଚିଥିବା ଜଣାପଡ଼ିଛି ।

ଦିଲ୍ଲୀ ଫାୟାର ବିଭାଗ ଅଧିକାରୀ ରାଜେନ୍ଦ୍ର ଅଟୱାଲ୍‌ ଘଟଣା ବାବଦରେ କହିଛନ୍ତି ଯେ, ପ୍ରତ୍ୟେକ୍ଷଦର୍ଶୀ ଶନିବାର ସକାଳେ ଫ୍ୟାକ୍ଟ୍ରିର ଏକ ସିଲିଣ୍ଡର ଫାଟିଯାଇଥିବା ଶବ୍ଦ ଶୁଣିଥିଲେ । ଏହାପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସେମାନେ ଦେଖିଥିଲେ ।

ତେବେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଜଣେ ଯବନ୍‌ ଏଥିରେ ଆହାତ ହୋଇଛନ୍ତି । ତାଙ୍କୁ ତତ୍‌କ୍ଷଣାତ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଜଣେ ବ୍ୟକ୍ତିଙ୍କ ଶବ ମିଳିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.