ସୁପ୍ରିକୋର୍ଟର ଜଣେ କର୍ମଚାରୀ କରୋନା ସଂକ୍ରମିତ , ଆଇସୋଲେସନ୍‌ରେ ୨ଜଣ ରେଜିଷ୍ଟ୍ରାର

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୦୪: କରୋନା ଭାଇରସରେ ସାରାଦେଶରେ ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିବାର ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାର ଦେଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହି ଭଳି ସମୟରେ ଦେଶର ସର୍ବୋଚ୍ଚ ଅଦାଲତ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାଯାଇଛି । କୋଭିଡ-୧୯ରେ ସଂକ୍ରମିତ ବ୍ୟକ୍ତିଜଣଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଯାଞ୍ଚ ଚାଲିଛି ।

ସୁପ୍ରିମକୋର୍ଟରେ ଜଣେ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସୋମବାର ଦିନ ସ୍ପଷ୍ଟ ହୋଇଛି । ସୂଚନାନୁସାରେ ସୁପ୍ରମିକୋର୍ଟରେ ନ୍ୟାୟିକ ଅନୁଭବ ପାଇଁ କାର୍ଯ୍ୟରତ ଜଣେ କର୍ମଚାରୀ ୧୬ଅପ୍ରେଲ୍‌ ଦିନ ଡ୍ୟୁଟିକୁ ଫେରିଥିଲେ । ଏହି ସମୟରେ ସେ କୋର୍ଟରେ ଦୁଇଜଣ ରେଜିଷ୍ଟ୍ରାରଙ୍କ ସଂପର୍କରେ ଆସିଥିଲେ । ଏବଂ ଦୁଇଜଣ ରେଜିଷ୍ଟ୍ରାରଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । କୋର୍ଟର କର୍ମଚାରୀଙ୍କୁ ମୁତାବିକ ୧୬ଅପ୍ରେଲ୍‌କୁ କୋର୍ଟ ଆସିବା ପରେ ଦୁଇ ଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଥଣ୍ଡା ହୋଇଥିଲା । ଏହାପରେ ତାଙ୍କୁ ପଦକ୍ଷେପ ମୂଳକ ଭାବେ କୋଭିଡ-୧୯ଯାଞ୍ଚ କରାଯାଇଥିଲା । ଏବଂ ସୋମବାର ଦିନ ତାଙ୍କ ରିପୋର୍ଟରେ କରୋନା ଭାଇରସ ନେଇ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣ ଯେତେବେଳେ କୋଭିଡ-୧୯ରେ ସଂକ୍ରମିତ ଥିବା ଜଣାପଡିଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସଂକ୍ରମିତଙ୍କ ସଂପର୍କରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ସୁପ୍ରିମକୋର୍ଟରେ କୌଣସି କର୍ମଚାରୀଙ୍କୁ କରୋନା ଭାଇରସରେ ସଂକ୍ରମିତ ହେବାର ଏହା ପ୍ରଥମ ମାମଲା । ସୁପ୍ରିମକୋର୍ଟ କୋଭିଡ-୧୯ମହାମାରୀକୁ ଦୃଷ୍ଟିରେ ରଖି ୨୩ମାର୍ଚ୍ଚ ଠାରୁ ଅଦାଲତ କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସି ଜରିଆରେ ଶୁଣାଣି ଚାଲିଛି । ଏହି ସମୟରେ କେବଳ ଅତି ଆବଶ୍ୟକୀୟ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.