ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ କରୋନା, ଜଣେ କର୍ମଚାରୀ କୋଭିଡ୍-୧୯ ପଜିଟିଭ
21/04/2020 at 4:17 PM

ନୂଆଦିଲ୍ଲୀ ୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ କରୋନା ସଙ୍କଟ ଦେଖାଦେଇଛି । ଲୋକସଭାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କର୍ମଚାରୀ ଜଣଙ୍କ ଗୃହ ସଂରକ୍ଷଣ ବିଭାଗରେ କାର୍ଯ୍ୟ କରନ୍ତି ।
ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରାୟ ୧୦ ଦିନ ପୂର୍ବରୁ କର୍ମଚାରୀ ଜଣଙ୍କ ଅସୁସ୍ଥ ହୋଇପଡିଥିଲେ । କାଶ, ଜ୍ବର ଏବଂ ଶରୀରରେ ଯନ୍ତ୍ରଣା ଭଳି କରୋନା ଭାଇରସ୍ ଲକ୍ଷଣ ଦେଖାଇବା ପରେ ସେ ଅପ୍ରେଲ ୧୮ରେ ରାମ ମନୋହର ଲୋହିଆ ଡାକ୍ତରଖାନାକୁ ଯାଇ ଯାଞ୍ଚ କରାଇଥିଲେ । ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଅଧିକାରୀ ଜଣଙ୍କ କହିଛନ୍ତି ଯେ ତାଙ୍କ ରିପୋର୍ଟ ଅପ୍ରେଲ ୨୦ରେ ଆସିଥିଲା ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
ପୂର୍ବରୁ ରାଷ୍ଟ୍ରପତି ଭବନରୁ ଜଣଙ୍କର କରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ପ୍ରାୟ ୧୨୫ ପରିବାରକୁ କ୍ବାରେଣ୍ଟାଇନ୍ କରାଯାଇଛି ।