ଗଞ୍ଜାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ
29/10/2018 at 3:05 PM

ଗଞ୍ଜାମ ୨୯|୧୦: ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକା ହରିଡାପଦର ପଞ୍ଚାୟତ କେ.ଲଛମନପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । କେ.ଲଛମନପଲ୍ଲୀ ଗ୍ରାମରେ ମାଛ ଧରିବା ପାଇଁ ମୋଟର ପମ୍ପ୍ ଚାଲୁକରିବା ସମୟରେ ପମ୍ପ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଅରୁଣ ନାହକ । ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ମେଡିକାଲକୁ ନେଇଥିଲେ ଗାଁଲୋକ । ସେଠାରେ ଡାକ୍ତର ଅରୁଣକୁ ମୃତ ଘୋଷଣା କରିଥିଲେ । ଖବରପାଇ ସ୍ଥାନୀୟ କୋଟନଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।