ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ

Published By : Prameya-News7 Bureau | November 22, 2019 IST

ଯାଜପୁର ୨୨।୧୧: ଯାଜପୁର ଟାଉନ ଥାନା ଅନ୍ତର୍ଗତ କୁସୁମା ନିକଟରେ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ ହୋଇଛନ୍ତି । ଆହତ ଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":187968,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯାଜପୁର ଟାଉନ ଥାନା କୁସୁମା ଗାଁ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ତୁଳସୀ ଚାମ୍ପିଆ ଜଣେ ନାବାଳିକା ହୋଇଥିବା ସୂଚନା । ଆହତ ଅଭିମନ୍ୟୁ ଜେନାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଅଭିମନ୍ୟୁ ଓ ତୁଳସୀ ଦୁଇ ଜଣ ସଦର ଥାନା ଅନ୍ତର୍ଗତ କାଳିଦ୍ରା ଗାଁର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.