ଓଡଗାଁ ଗୁଆନ୍ଦ ନାଳରେ ନାଳରେ ଭାସିଯାଇ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | October 24, 2019 IST

ନୟାଗଡ ୨୪|୧୦: ନୟାଗଡ ଜିଲ୍ଲା ଓଡଗାଁ ଥାନା ଗୁଆନ୍ଦ ନାଳରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଗୁଆନ୍ଦ ଗାଁର  ଗଣେଶ ନାୟକ । ଗତ ଦୁଇଦିନ ଧରି ନୟାଗଡ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଗୁଆନ୍ଦ ନାଳରେ ଜୋରରେ ପାଣି ଆସିଥିଲା । ଆଜି ଗଣେଶ ନାଳକୁ ଶୌଚ ହେବାକୁ ଯାଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ଭାସି ଯାଇଥିଲେ ।

{"id":174245}

ଘଟଣାସ୍ଥଳରେ ଥିବା ଗ୍ରାମବାସୀ ଗଣେଶଙ୍କୁ ଉଦ୍ଧାର କରି ଓଡଗାଁ ମେଡିକାଲ୍ କୁ ନେଇଥିଲେ । ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.