ପାହାଡ଼ ଖୋଳୁ ଖୋଳୁ ଓଲଟିଲା ଜେସିବି, ଚାଲିଗଲା ଜୀବନ

Published By : Prameya-News7 Bureau | April 10, 2021 IST

ବ୍ରହ୍ମପୁର, ୧୦/୦୪: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି । ବୁଢାମ୍ବ ଦେଓଗାଁ ପାହାଡରେ ଆଜି ଏକ ବଡ଼ ଅଘଟଣ ଘଟିଛି ।

ସୂଚନା ଅନୁସାରେ, ପାହାଡରେ କାମ ଚାଲିଥିବା ବେଳେ ଏକ ଜେସିବି ମେସିନ ଓଲଟି ପଡିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତ ଡ୍ରାଇଭର ଜଣକ ପୁରୀ ଅଂଚଳର ସୁଶାନ୍ତ ଛଟେଇ ହୋଇଥିବା ସୂଚନା ମିଳିଛି । କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.