ନୟାଗଡ ଡାକ୍ତରଖାନାର ଜଣେ ଡାକ୍ତର ଏବଂ ଜଣେ ନର୍ସ କରୋନା ପଜିଟିଭ୍

Published By : Prameya-News7 Bureau | June 09, 2020 IST

ନୟାଗଡ ୯।୬: ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏବଂ ଜଣେ ଷ୍ଟାଫ୍‌ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ ରଣପୁର ଅଞ୍ଚଳର ଜଣେ ପ୍ରବାସୀ ମଧ୍ୟ କରୋନରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସୁଧାଂଶୁ ଶେଖର ଷଡଙ୍ଗୀ ସୂଚନା ଦେଇଛନ୍ତି । ପୂର୍ବରୁ ଏମାନଙ୍କ ସ୍ବାବ୍ ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା । ତେବେ ଏମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସୋମବାର ରାତିରେ ଜଣାପଡିଛି ।

ଚିହ୍ନଟ ହୋଇଥିବା ୩ କରୋନା ସଂକ୍ରମିତଙ୍କୁ ସୋମବାର ରାତିରେ ଭୁବନେଶ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସଂକ୍ରମିତ ହୋଇଥିବା ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ।

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ରୋଗୀଙ୍କ ଚିକିତ୍ସାରେ ଏହି ଡାକ୍ତର ଓ ନର୍ସ ନିୟୋଜିତ ଥିବାବେଳେ କିପରି କରୋନା ରୋଗରେ ସଂକ୍ରମିତ ହେଲେ ତାହା ଚିନ୍ତାର ବିଷୟ ହୋଇଛି । ଚିହ୍ନଟ ହୋଇଥିବା ୩ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୯୬ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.